ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ୯୧ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏକ ବିରାଟ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ପ୍ରଦୀପ ନାଏକ,ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ,
ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ଯକ୍ଷା ନିର୍ମଳା ସେଠୀଂକ ସହ ସମସ୍ତ କର୍ମୀ ଏଥିରେ ଯୋଗଦାନ କରିଥିଲେ। ସହରର ବିଭିନ୍ନ ସ୍ଥାନରେ ଥିବା ବରେଣ୍ୟ ବ୍ୟକ୍ତିଂକ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶେଷରେ ହାଇଟେକ ପ୍ଲାଜାରେ ଏକ ସମାବେଶରେ ଏହି ମହାନ ବ୍ଯକ୍ତି ମାନଂକର ଅବଦାନ ସଂପର୍କରେ ନିଜର ବକ୍ତବ୍ଯ ରଖିଥିଲେ।
