ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଆଜି ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି । ଗୋଲେଇ ଛକସ୍ଥିତ ଜିଲ୍ଲା ଗଠନର ଅନ୍ୟତମ ପୁରୋଧା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ସ୍ମୃତି ଚାରଣ ସଭାରେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ବିଭିନ୍ନ ୱାର୍ଡର କାଉନସିଲରମାନେ ରୋଟାରୀ କ୍ଲବର ସଦସ୍ୟଙ୍କ ସହ ସାମିଲ ହୋଇଥିଲେ ।
