ନିଆଳି ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗଦ୍ୱାରା ଅଭିଭାବକ ଓ ଶିକ୍ଷକ ସଭା ଆୟୋଜିତ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲା, ନିଆଳି ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଆଜି ସ୍ମାର୍ଟ କ୍ଲାସରୁମ୍‌ରେ ଅଭିଭାବକ ଓ ଶିକ୍ଷକ ସଭା (PTM) ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୧ଜଣ ଅଭିଭାବକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅଭିଭାବକମାନଙ୍କୁ ତିଳକ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିନୋଦ ବିହାରୀ ଦାସଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅଭିଭାବକ ମାନଙ୍କୁ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ହେବାକୁ ଥିବା ସୁବର୍ଣ ଜୟନ୍ତୀକୁ ସଫଳ କରିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ ।

ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଏବଂ IQAC ସମନ୍ୱୟକାରୀ ଡ଼. ସତ୍ୟ ନାରାୟଣ ସାହୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଫଳାଫଳ ଓ ବିଭାଗୀୟ କାର୍ଯ୍ୟକଳାପ ବିଷୟରେ ଏକ ସମୀକ୍ଷା ପ୍ରଦାନ କରିଥିଲେ । ଏହି ବିଭାଗ ଲଗାତାର ଭାବେ ୨୦୨୦ ମସିହାରୁ ଶ୍ରେଷ୍ଟ ସ୍ନାତକ ପ୍ରଦାନ କରି ନିଆଳି ମହାବିଦ୍ୟାଳୟ କୁ ଗର୍ବାନ୍ୟୁତ କରିଥିବା ରୁ ସମସ୍ତ ଛାତ୍ର , ଛାତ୍ରୀ ,ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଭାର ଉଦ୍ଦେଶ୍ୟ ଓ ପ୍ରୟୋଜନୀୟତା ବିଷୟରେ NAAC ସମନ୍ୱୟକାରୀ ଦିଲୀପ କୁମାର ତ୍ରିପାଠୀ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ ।

ଏହି ସଭାରେ ଅଭିଭାବକମାନଙ୍କ ସକ୍ରିୟ ଅଂଶଗ୍ରହଣ ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଶିକ୍ଷାଗତ ଫଳାଫଳର ସୁଧାର, ନିୟମିତ ଉପସ୍ଥିତି ଓ ସମଗ୍ର ଉନ୍ନତି ପାଇଁ ଅଭିଭାବକମାନଙ୍କ ପକ୍ଷରୁ ମୂଲ୍ୟବାନ ପରାମର୍ଶ ମିଳିଥିଲା । ଏହାକୁ ଧ୍ୟାନରେ ରଖି , ରିମେଡିଆଲ୍ କ୍ଲାସ୍‌ ଏବଂ ଶିକ୍ଷକ-ଅଭିଭାବକ ଆହୁରି ସୁଦୃଢ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ସର୍ବ ଶେଷରେ ଅଧ୍ୟାପିକା ପ୍ରିୟଦର୍ଶିନୀ ଲେଙ୍କାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Exit mobile version