ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ଘଟିଥିବା ସମୀର ବାରିକ ଓରଫ ତପୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ଓ ମୁଖ୍ଯ ଅଭିଯୁକ୍ତ କୁ ଗିରଫ କରିଛି ପୁରୀ ପୋଲିସ । ଏ ସମ୍ପର୍କରେ ରବିବାର ଅପରାହ୍ନରେ ଅନୁଷ୍ଠିତ ପୁରୀ ପୋଲିସ ମୁଖ୍ଯ କାର୍ଯ୍ଯାଳୟ ସଭାଗୃହରେ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂଙ୍କ କହିଛନ୍ତି ଘଟଣାର ମୁଖ୍ଯ ଅଭିଯୁକ୍ତ ଗୋବିନ୍ଦ ପାଇକରାୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
