ବାଲିପାଟଣାରେ କୃଷକ ସମାବେଶ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅନ୍ନଦାତା ଙ୍କ ଅଧିକାର କୁ ସୁରକ୍ଷିତ ରଖିବା ସହ ଚାଷୀଙ୍କୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରାଯିବା ଉଚିତ୍ ବୋଲି ଆଜି ପୂର୍ବାହ୍ନରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ଶିଶୁ ଅନନ୍ତ କଲେଜ ପଡିଆରେ ଆୟୋଜିତ ଚାଷୀ ସମାବେଶ ରେ ବକ୍ତମାନେ ମତ ବ୍ୟକ୍ତ କରିଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ଓକିଲ ସୌମେନ୍ଦ୍ର ରାୟ ଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚଗଲା ବାବା,

ଅବସରପ୍ରାପ୍ତ କୃଷି ଅଧିକାରୀ ଡ୍ ଦିବାକର ନାୟକ,ଡ୍ ଗୁରୁପ୍ରସାଦ ଛୋଟରାୟ,ଅମରେଶ୍ୱର୍ ମିଶ୍ର,ଡ୍ ରାଜେନ୍ଦ୍ର ଦାସ,ସୁରେଶ ପଣ୍ଡା ଓ ଡ୍ ପ୍ରଭୁ ଚରଣ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ତରୁଣ ଛୋଟରାୟ ସ୍ୱାଗତ ଭାଷଣ ଦେଇଥିଲେ। ବହୁ ସମୟରେ ଗାଁ ର ଗରିବ ଚାଷୀ ଟିଏ ସରକାରଙ୍କ ପ୍ରଦତ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି।

ସେମାନଙ୍କୁ ସହଯୋଗ କରିବାକୁ ଏହି ସମାବେଶ ରୁ ଗଠିତ କୃଷକ ସଂଗଠନ କାମ କରିବ ବୋଲି ସଭାପତି ଶ୍ରୀ ରାୟ ଘୋଷଣା କରିଥିଲେ। ଶେଷରେ ଲୋକନାଥ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।ଜୟଦେବ ନିର୍ବାଚନ ମଣ୍ଡଳୀ ର ବହୁ ଚାଷୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Exit mobile version