ପାରଳାଖେମୁଣ୍ଡି ଵାର ବାର ଆସୋସିଏସନର ନିର୍ବାଚନ ରାମକୃଷ୍ଣ ନାୟକ ସଭାପତି ହେଲେ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି. ଏଥିରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବପ୍ରସାଦ ପାଣିଗ୍ରାହୀ, ସମ୍ପାଦକ ଭାବେ କାଶୀନାଥ ଦାଶ ନିର୍ବାଚିତ ହୋଇଛନ୍ତି। ଚଳିତ ଥର ସଭାପତି, ଉପସଭାପତି ଓ ସମ୍ପାଦକ ପଦଵୀ ପାଇଁ କେବଳ ପ୍ରତିଦ୍ଵନ୍ଦିତା ହୋଇଥିଲା l

ଅନ୍ୟାନ୍ୟ ପଦଵୀ ଗୁଡିକରେ ପ୍ରତିଦ୍ଵନ୍ଦିତା ନଥିବା ଯୋଗୁଁ ନିର୍ଦ୍ଦନ୍ଦ୍ବରେ ଅନ୍ୟ ପଦବୀ ଗୁଡିକ ନିର୍ବାଚିତ ହୋଇସାରିଛନ୍ତି । ଏଥି ଅନୁଯାୟୀ ଯୁଗ୍ମ ସମ୍ପାଦକ ଶିବକୁମାର ୟେଡଲା, କୋଷାଧ୍ୟକ୍ଷ ସନ୍ଦୀପ କୁମାର ପଟ୍ଟନାୟକ, ଲାଇବ୍ରେରି ସମ୍ପାଦକ ଭାବେ ରଘୁନାଥ ପାତ୍ର ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଅଶୋକ କୁମାର ଅଧିକାରୀ, ବେହେରା ଚନ୍ଦନ କୁମାର, ଗାଗାରିନ ଶବର, ପାଣ୍ଡି ବିଶ୍ଵନାଥ,

ସତ୍ୟନାରାୟଣ ପାଢୀ ଓ ଶଶାଙ୍କ ଶେଖର ସାବତ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ସଂଘର ମୋଟ ମଧ୍ୟରୁ ୧୦୮ ଜଣ ସଭ୍ୟ ଭୋଟ ଦେଇଥିଲେ । ନିର୍ବାଚନ ଅଧିକାରୀ ଭାବେ ଆଡ଼ଭୋକେଟ ମଳୟ ମାଧୁରୀ ତ୍ରିପାଠୀ ଏବଂ ଉପନିର୍ବାଚନ ଅଧିକାରୀ ଭାବେ ଗିରିଜା ପଟ୍ଟନାୟକ ଏହି ନିର୍ବାଚନ ପରିଚାଳନା କରିଥିଲେ l

Exit mobile version