ବେଆଇନ ଖଣି ବ୍ଲାଷ୍ଟିଂ ବିରୋଧରେ ମହିଳାଙ୍କ ରାସ୍ତା ଅବରୋଧ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲା ରଣପୁର ବ୍ଲକ୍ ଅଧୀନ ଲୋଧାଚୁଆ ପଞ୍ଚାୟତ ଅନ୍ତର୍ଗତ କୋଇଲମା ଲାଞ୍ଜିପାହାଡ଼ରେ ବେଆଇନ କଳାମୁଗୁନି ପଥର ବ୍ଲାଷ୍ଟିଂ ନେଇ କୋଇଲମା ଗ୍ରାମର ଶତାଧ୍ଵକ ମହିଳା ରାଜସୁନାଖଳା – ରଣପୁର ରାସ୍ତାକୁ ଶନିବାର ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଥିଲା । ଅଭିଯୋଗ ଅନୁଯାୟୀ ଲୋଧାଚୁଆ ଆରଆଇ ସର୍କଲ ଅନ୍ତର୍ଗତ କୋଇଲମା ଲାଞ୍ଜିପାହାଡ଼ରେ ଦୀର୍ଘଦିନ ହେବ ବେଆଇନ ଭାବେ କଳା ମୁଗୁନି ପଥର ଖଣି ଖନନ ହେଉଥ‌ିବା କୋଇଲମା ଗ୍ରାମବାସୀ ରଣପୁର ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଆସୁଥିଲେ।

ମାତ୍ର ପ୍ରଶାସନଏଥୁପ୍ରତି କର୍ଣ୍ଣପାତ କରୁନଥ‌ିବାଲୋକେ କହିଛନ୍ତି ।ବେଆଇନ ବ୍ଲାଷ୍ଟିଙ୍ଗ ପାଇଁ ଲୋକଙ୍କ ଘରଫାଟୁଥ‌ିବା ସହ ପଥର ଖଣ୍ଡ ଲୋକଙ୍କ ଉପରେ ପଡି ଲୋକ ଆହତ ହେଉଥ‌ିବା ଅଭିଯୋଗ କରି ଆଜି କୋଇଲମା ଗ୍ରାମର ମହିଳା ମାନେ ରାଜସୁନାଖଳା – ରଣପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧ‌ିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ, ଡିଏସପି ନିହାର ରଞ୍ଜନ ମହାନ୍ତି, ରାଜସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀ କୋଇଲମା ଗ୍ରାମର ମହିଳାଙ୍କୁ ଆଇନକୁ ହାତକୁ ନ ନେବାପାଇଁ ବୁଝାଇଥିଲେ ।

ରାସ୍ତା ଅବରୋଧକାରୀ ମହିଳାମାନେ ନୟାଗଡ଼ ଜିଲାପାଳ ମଧୁମିତା ରଥ ଏଠାକୁ ଆସି ବେଆଇନ କଳାମୁଗୁନି ପଥର ଖଣି ବ୍ଲାଷ୍ଟିକୁ ସବୁଦିନ ପାଇଁ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେବାକୁ ଜିଦ୍ ଧରିଥିଲେ । ଫଳରେ ଘଟଣାସ୍ଥଳରେ ଚାପl ଉତ୍ତେଜନା ଦେଖାଦେବା ସହପୁଲିସ- ଅବରୋଧକାରୀ ମୁହାଁମୁହିଁ ହୋଇଥିଲେ । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ଫଳରେ ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିବା ସାଙ୍ଗକୁ ଯାତ୍ରୀ ଓଭାରୀ ଯାନ ଗୁଡ଼ିକ ନାନାଦି ଇରାଣ ହରକତ ହୋଇଥିଲେ! ସୂଚନାଥାଉ କି, ଗତବର୍ଷ ଛପରି କୋଇଲମା ପାହାଡ଼ ସୁରକ୍ଷା କମିଟି ତରଫରୁ ବହୁ ସଭ୍ୟ ଓ ଶତାଧିକ ଲୋକଙ୍କଗହଣରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ ।

କିନ୍ତୁ ବେଆଇନ ବ୍ଲାଷ୍ଟି ବନ୍ଦ ନହେବାରୁ ଆବରଣରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି । ପାହାଡ଼ରେ ବିସ୍ଫୋରଣ ପାଇଁ ଅଞ୍ଚଳରେ ଥ‌ିବା ଘରର କାନ୍ଥ,ଛାତ ଫାଟିବା ସହ ଧୂଳି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ନିରୀହ ଗରିବ ଶ୍ରେଣୀର ଆଦିବାସୀ ଲୋକେ ନିଜ ବାସଗୃହ ହରାଇ ବସିବା ସାଙ୍ଗକୁ ଶ୍ଵାସ ଓ ଯକ୍ଷ୍ମା ଆଦି ରୋଗରେ ଆକ୍ରାନ୍ତ ହେଉଥ‌ିବା ନେଇ ଅଭିଯୋଗ ହୋଇଆସୁଛି ।ହେଲେ ପ୍ରଶାସନର ନିଘା ନଥିବାଯୋଗୁ ଅଞ୍ଚଳବାସୀ ନାହିଁ ନଥ‌ିବା ହଇରାଣ ହେଉଥ‌ିବା ଗ୍ରାମବାସଅଭିଯୋଗ କରିଛନ୍ତି।

ପରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ, ନୟାଗଡ଼ଙ୍କ ତରଫରୁ (ନ୍ୟାୟିକ ବିଭାଗ)ନଂ ୧୪୮୩/ଡିଟି ୨୮.୩.୨୬ ଆଦେଶ ଯେହେତୁ, ଏହି କାର୍ଯ୍ୟାଳୟର ଆଦେଶ ନଂ ୧୪୩୯ ତା ୨୫.୦୩.୨୦୨୬ରେ ଶ୍ରୀ ରଙ୍ଗଲାଲ ଜୟ ଭାରତ କୁମାରଙ୍କ ସପକ୍ଷରେ ରଣପୁର ତହସିଲ ଅନ୍ତର୍ଗତ ଛପରି କୋଲିମା ଷ୍ଟୋନ କ୍ୱାରୀ-୪ରେ ବିସ୍ଫୋରଣ କାର୍ଯ୍ୟ ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଥିଲା ! ଆଜିର ତାରିଖ ସୁଦ୍ଧା ଉକ୍ତ କ୍ୱାରୀ ଅଞ୍ଚଳରେ ଓ ଆଖପାଖରେ ପ୍ରଚଳିତ ଆଇନଶୃଙ୍ଖଳା ପରିସ୍ଥିତି, ଜନ ଆନ୍ଦୋଳନ ଏବଂ ରାସ୍ତା ଅବରୋଧ ସମ୍ପର୍କରେ ତହସିଲଦାର, ରଣପୁର,

ଥାନା ଅଧିକାରୀ  ରାଣପୁର,ପିଏସ ଜୁନିଅର ମାଇନିଂ ଅଫିସର ନୟାଗଡ଼ଙ୍କଠାରୁ ବିଶ୍ୱସନୀୟ ରିପୋର୍ଟ ମିଳିଵା ସହିତ  ଯଦି ବିସ୍ଫୋରଣ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଏ ତେବେ ଶାନ୍ତି ଭଙ୍ଗ ହେବ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦର ଆଶଙ୍କା ରହିଥିବାରୁ ଆଦେଶ ନଂ ୧୪୨୯ ତା ୨୫.୦୩.୨୦୨୬ ମାଧ୍ୟମରେ ପ୍ରଦାନ କରାଯାଇଥିବା ବିସ୍ଫୋରଣ ଅନୁମତିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତୁରନ୍ତ ବଳବତ୍ତର ଭାବେ ନିଲମ୍ବନ କରାଯାଉଛି।

ତଦନୁସାରେ, ଛପରି କୋଲିମା ଷ୍ଟୋନ କ୍ୱାରୀରେ ସମସ୍ତ ବିସ୍ଫୋରଣ କାର୍ଯ୍ୟ ତୁରନ୍ତ ବନ୍ଦ ହେବା ସହିତ ରାଣପୁର ତହସିଲଦାର, ଏବଂ ଆଇଆଇସି, ରାଣପୁର ପିଏସଙ୍କୁ ଏହି ଆଦେଶକୁ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ୍ ଖଣି ଖନନ କାରଣରୁ ଉଜୁଡ଼ୁଛି ଘର , ଚାଷ ଜମି ଓ ପରିବେଶ। ଦିନ ତମାମ ଖଣି ଧୂଳି, ଧୂସର ଓ ପ୍ରଦୂଷଣରେ ଅଞ୍ଚଳବସୀ ଅଣ ନିଶ୍ୱାସୀ।

ନିଲମ୍ବନ ଅବଧି ମଧ୍ୟରେ ଉକ୍ତ କ୍ୱାରୀରେ ଯେପରି କୌଣସି ବିସ୍ଫୋରକ ବ୍ୟବହାର କରାନଯାଏ, ମାଇନିଂ ଅଫିସର, ନୟାଗଡ଼ ତାହା ସୁନିଶ୍ଚିତ କରିବେ।ଏହି ଆଦେଶର କୌଣସି ଉଲ୍ଲଂଘନ ହେଲେ ଆଇନର ସମ୍ପୃକ୍ତ  ବ୍ୟବସ୍ଥା ଅନୁଯାୟୀ  କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଜନଶୃଙ୍ଖଳା ଏବଂ ସୁରକ୍ଷା ବଜାୟ ରଖିବା ସହିତ ସ୍ୱାର୍ଥରେ ଏହି ଆଦେଶ ଜାରି ପ୍ରତିଶ୍ରୁତି ପ୍ରଦାନ କରିଥିବାରୁ ଛପର କୋଇଲମା ମହିଳାମାନେ ଅବରୋଧ ସ୍ଥାନରୁ ହଟିଥିଲେ ! ଯାତାୟାତ ସ୍ଵାଭାବିକ ହୋଇ ଥିଲା।

Exit mobile version