କେନ୍ଦ୍ରାପଡ଼ା ଜିଲା ଓକିଲ ସଂଘ ନିର୍ବାଚନ ଶୃଙ୍ଖଳାର ସହ ଶେଷ ରବି ନାରାୟଣ ମହାନ୍ତି ସଭାପତି

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ଜିଲ୍ଲା ସଭାପତି ଭାବେ ରବି ନାରାୟଣ ମହାନ୍ତି ଓ ସମ୍ପାଦକ ଭାବେ ନିହାର ରଞ୍ଜନ ମହାପାତ୍ର ବିଜୟୀ ହୋଇଛନ୍ତି। ଉପ ସଭାପତି ଭାବେ ନୃସିଂହ ରାଉତ, ସହ ସମ୍ପାଦକ ଭାବେ ମନୋରଞ୍ଜନ ବେହେରା, କୋଷାଧ୍ୟକ୍ଷ ଭାବେ ରାଜୀବ କୁମାର ପାତ୍ର ଓ ଅତିରିକ୍ତ ସହ ସମ୍ପାଦକ ଭାବେ ହରି ପ୍ରସାଦ କର ନିର୍ବାଚିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଅଧିକାରୀ ପ୍ରଭାତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ଅତିରିକ୍ତ ସହ ସମ୍ପାଦକ (ମହିଳା) ମମତାମୟୀ ସାମଲ, ପରିଚାଳନା ସଭ୍ୟ ଭାବେ ପାର୍ଥ ପ୍ରତିମ ଚକ୍ରବର୍ତୀ, ମିନାକ୍ଷୀ ସାମନ୍ତରାୟ(୧), ସଂଘମିତ୍ରା ମଲିକ (୨) ନିର୍ଦ୍ଧନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ଓକିଲ ସଂଘ ନିର୍ବାଚନକୁ ଅତିରିକ୍ତ ନିର୍ବାଚନ ଅଧିକାରୀ ନିଳମଣୀ ମହାନ୍ତିଙ୍କ ସମେତ ଭାବଗ୍ରାହୀ ସାହୁ, ମନୋରଞ୍ଜନ ବାରିକ, ସେକ ମତିଉଲ୍ଲା ବକ୍ସ, ରବୀନ୍ଦ୍ର କୁମାର ପାତ୍ର, ରମେଶ ମଳିକ, ଗୁଣନିଧ୍ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version