ଗୁଳିକରି ବାଇକ, ମୋବାଇଲ ଓ ଟଙ୍କା ନେଇଗଲେ ଦୁର୍ବୁତ୍ତ ଖୋକା ଜବତ

ଯାଜପୁର (ଓଡ଼ିଶା ତାଜା ନ୍ୟୁଜ୍) ଯାଜପୁର (ନି.ପ୍ର ) :- ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ପଞ୍ଚାୟତ ଅହମ୍ମଦପୁର ଗ୍ରାମର ରିୟାଜ ଖାଁ ରାତି ୧୧ ଟାରେ ତାଙ୍କର ଜଣେ ସାଙ୍ଗଙ୍କ ସହିତ ଏକ ବାଇକ (ଓଡ଼ି ୨୯ ଏଚ ୫୮୭୭) ଯୋଗେ ଘର ନିକଟସ୍ଥ କଟିକଟା ଛକକୁ କୌଣସି କାମରେ ଯାଉଥିବା ବେଳେ ସେହି ଛକ ନିକଟସ୍ତ କଣ୍ଢେଇ ଢ଼ାବା ନିକଟରେ ସେମାନଙ୍କ ବାଇକକୁ ତିନି ଜଣ ମୁଖା ପିନ୍ଧା ଯୁବକ ଏକ ବାଇକ ଯୋଗେ ଆସି ଅଟକାଇଥିଲେ ।

ପରେ ସେମାନେ ବନ୍ଧୁକରୁ ଗୁଳି ଫୁଟାଇ ଭୟଭୀତ କରିବା ସହିତ ରିୟାଜଙ୍କ ବାଇକ ଓ ଦୁଇଟି ମୋବାଇଲ ଛଡାଇ ଦ୍ରୁତ ଗତିରେ ପାରାଦ୍ୱୀପ ଅଭିମୁଖେ ପଳାଇ ଯାଇଥିଲେ । ଏହି ଘଟଣା ପରେ ରିୟାଜ ସଙ୍ଗେ ସଙ୍ଗେ ଥାନାକୁ ଜଣାଇଥିଲେ । ଖବର ପାଇ ଥାନାଧିକାରୀ ଦିଲ୍ଲୀପ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ସେଠାରେ ପଢିଥିବା ଖୋକା ଜବତ କରିବା ସହିତ ଘଟଣାର ଛାନଭିନ କରିଥିଲେ ।

ତେବେ ଏନେଇ ରିୟାଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗ ଆଧାରରେ ଥାନା କେଶ ନମ୍ବର ୧୧୬/୨୬ ରେ ଏକ ମାମଲା ରୁଜୁ କରାଯାଇ ପରେ ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳକୁ ଯାଇ ଜୋରଦାର ତଦନ୍ତ କରିଥିଲେ । ତେବେ ଖୁବଶୀଘ୍ର ଏହି ଘଟଣାର ପର୍ଦ୍ଦା ଫାସ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Exit mobile version