ତାରିଣୀ ପୂଜା ପାଇଁ କଳସ ଶୋଭାଯାତ୍ରା

ବେଲପଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ବଲାଙ୍ଗୀର ଜିଲ୍ଲା ବେଲପଡ଼ା ରେ ଶୁକ୍ରବାର ତାରିଣୀ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ଆଜି ଘଣ୍ଟବାଦ୍ୟ ସହ ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଲାହାନ୍ତନଦୀକୁ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରି ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏହାପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

ଏଥିରେ କର୍ତ୍ତାଭାବରେ ହେମନ୍ତ ସିଂ ଓ ତାଙ୍କ ଧର୍ମପତ୍ନୀ ହେମଳତା ସିଂ ରହିଥିବା ବେଳେ କୁନା ମିଶ୍ର ଓ ମାନସ ନାଏକ ପୂଜକ ଦାଇତ୍ୱରେ ରହିଛନ୍ତି । ଆୟୋଜିତ କମିଟିର ସଭାପତି ଜନାର୍ଦ୍ଦନ ସିଂ,ଉପସଭାପତି ପ୍ରମୋଦ ବୁଡ଼େକ,ସଂପାଦକ ବିଶ୍ୱ ବୁଡ଼େକ,ସହସଂପାଦକ ପ୍ରଦୀପ ବୁଡ଼େକ,ପ୍ରଭାତ ବୁଡ଼େକ,ମେଘନାଦ ଧରୁଆ,

କୌତୁକ ଭୋଇ ,ଚତୁର୍ଭୁଜ ବୁଡ଼େକ, କୋଶଳ ସଂଗ୍ରାମୀ ଜିତୁ ନାଏକ,ଯିତେଶ ବୁଡ଼େକ,ସୁରେନ ବୁଡ଼େକ,ପ୍ରଶାନ୍ତ ପୁଟେଲ,ବନମାଳୀ ହଂସ,ନାରାୟଣ ସେଠ, ଅଶୋକ ମେହେର ଓ ଅନ୍ୟମାନେ ସହଯୋଗ କରୁଛନ୍ତି । ଏହି ପୂଜାଟୀ ୭ ଦୀନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଲିଛି ।

Exit mobile version