ବେଲପଡ଼ା କଲେଜ ରସାୟନ ବିଜ୍ଞାନ ବିଭାଗରେ ଆଲୋଚନାଚକ୍ର

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବେଲପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ବରେ ଓ ବିଭାଗ ମୁଖ୍ୟ ଅମୀୟ କୁମାର ବାବୁ ପୌରୋହିତ୍ୟ କରିଥିଲେ  l

ଏଥିରେ ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ କଲେଜର ରସାୟନ ବିଜ୍ଞାନ ମୁଖ୍ୟ ନନ୍ଦ କୁମାର ହୋତା ଯୋଗଦେଇ ନାନୋ ଟେକ୍ନୋଲୋଜି ଉପରେ ନିବନ୍ଧ ପରିବେଷଣ କରିଥିଲେ । ଅଧ୍ୟାପକ ସ୍ଵରାଜ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ରୁପେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version