ବରଗଡ଼ ରେ କୋଭିଡ ୧୯ ନକଲି ଭ୍ୟାକସିନ୍ ଜବତ, ଯୁବକ ଅଟକ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର,ଶନିବାର )   ବରଗଡ଼ :-  ବରଗଡ଼ ଜିଲ୍ଲା ରେ ଗତ କିଛି ଦିନ ହେବ କରୋନା ( କୋଭିଡ୧୯) ସ°କ୍ରମଣ ଅଣାୟତ୍ତ ହୋଇପଡ଼ିବା ବେଳେ ଆଜି ଜନୈକ ଯୁବକ କରୋନା ଭ୍ୟାକସିନ୍ ତିଆରି କରିବା ଓ ପୋଲିସ,ଡ୍ରଗ୍ସ ବିଭାଗ ପକ୍ଷରୁ ତାର ଘର ଉପରେ ଚଢାଉ କରି ସମସ୍ତ ଜିନିଷ ଜବତ୍ କରିବା ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚା ର ବିଷୟ ହୋଇଛି । ସରକାରୀ ସୂଚନା ମତେ ଜିଲ୍ଲା ରେ ଏବେ ସ°କ୍ରମଣ ସଙ୍ଖ୍ୟା ପ୍ରତେହ୍ୟ ଶହେରୁ ଅଧିକ ହେଉଛି । ଯାହାକି ଜିଲ୍ଲା ବାସୀଙ୍କ ପାଇଁ ଚିନ୍ତା ର କାରଣ ହୋଇପଡିଛି । ଆଜି ମଧ୍ୟ ୧୦୬ ଜଣ ଅଛନ୍ତି । ତେବେ ଏହି ସଙ୍କଟ ସମୟରେ ଭେଡେନ ଥାନା ଅନ୍ତର୍ଗତ ଋଷୁଡା ଗ୍ରାମ ରେ ପ୍ରହଲ୍ଲାଦ ବିଶି ନାମକ ଯୁବକ କୋଭିଡ ୧୯ ଭ୍ୟାକସିନ୍ ତିଆରି କରିବା ଖବର ପୋଲିସ ପାଖରେ ପହଞ୍ଚିବା ପରେ ଜିଲ୍ଲା ପୋଲିସ ଏସପି ପଦ୍ମିନୀ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଓ ସମ୍ବଲପୁର ସ୍ଥିତ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ ମିଳିତ ଚଢ଼ାଉ କରିଥିଲେ ।

ସେଠାରୁ ଲାଲ ଓ ନୀଳ ରଙ୍ଗର ୧୨ ଭାବେ ( ଟୀକା) ,ସିରିଞ୍ଜ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଥିଲେ । ଏ ସ°ପର୍କରେ ଡ୍ରଗ୍ସ କ°ଟ୍ରୋଲରୁମକୁ ଜଣାଇବା ସହ ଏହାର ନମୁନା ପରୀକ୍ଷା ପାଇଁ ଲେବୋରେଟ୍ରାରୀ କୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ କହିଥିଲେ । ପୋଲିସ ପକ୍ଷରୁ ଉକ୍ତ ଯୁବକ ଡ୍ରଗ୍ସ ଆକ୍ଟ ଉଲଙ୍ଘନ ଅଭିଯୋଗ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଯାଇଛି । ସୂଚନା ମତେ ସ°ପୃକ୍ତ ଯୁବକ ଭେଡେନ ଥାନା ଅନ୍ତର୍ଗତ ରେମେଣ୍ଡା ଗ୍ରାମ ର ମୂଳ ବାସିନ୍ଦା ଅଟେ । ଗତ ଅଢେ଼ଇ ମାସ ହେବ ରୁଷୁଡାରେ ଭଡ଼ା ଘର ନେଇ ରହୁଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version