ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ “ସୁମନ” ଦିଦିଙ୍କ ଆଲୋଚନା ଚକ୍ର ଓ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର) :- ଶ୍ରୀମା ଅରବିନ୍ଦ ଫାଉଣ୍ଡେସନ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ “ସୁମନ” ଭଲ୍ୟୁଣ୍ଟରସ ମାନଙ୍କର ଏକ ତାଲିମ୍ କାର୍ଯ୍ୟକ୍ରମ” ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମରେ ଗର୍ଭବତୀ ମା, ମାନଙ୍କର ସୁରକ୍ଷିତ ଭାବରେ ପ୍ରସବ କରାଇବା ଓ ସୁରକ୍ଷିତ ଭାବରେ ଜନ୍ମିତ ନବଯାତ ଶିଶୁର ଯତ୍ନ କିପରି ନେବା “ଆସୋସନା ” ର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ ଅଟେ,

ଗର୍ଭ ଧାରଣ ଅବସ୍ଥାରେ ମା, ର ଯତ୍ନ ନିଆଗଲେ ମାତୃତ୍ୱ କିପରି ସୁରକ୍ଷିତ ରହିପାରିବ ସେଥି ପାଇଁ “ସୁମନ”, କର୍ମଚାରୀଙ୍କ ଭୂମିକା ଅତ୍ୟାଆବଶ୍ୟକ ହୋଇପଡିଛି ବୋଲି ତାଲିମ୍ ଦାତାଙ୍କ ପକ୍ଷରୁ କୁହାଯାଇଛି ।ଏଥି ନିମନ୍ତେ ଏହି ଡେଲାଙ୍ଗ ଗୋଷ୍ଠ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ ” ସୁମନ ” ଭଲ୍ୟୁଣ୍ଟିୟରସ ମାନଙ୍କୁ “ଆମ ସ୍ବାସ୍ଥ୍ୟ ଆମ ହାତରେ” ବିଷୟକ ତାଲିମ୍ ସ୍ଵାସ୍ଥ୍ୟ କେନ୍ଦ୍ରର ସଭା ଗୃହ କକ୍ଷରେ ପ୍ରଦାନ କରାଯାଇଥିଲା।

ଏହି ତାଲିମ୍ କାର୍ଯ୍ୟକ୍ରମରେ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ ସ୍ବାସ୍ଥ୍ୟ କେନ୍ଦ୍ରର ସଂପ୍ରସାରଣ ଅଧିକାରୀ ସ୍ନେହାଞ୍ଜଳି ପଣ୍ଡା, ଡେଲାଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରର superintendent ଡକ୍ଟର ଶାନ୍ତନୁ କୁମାର ଜେନା, ପୁରୀ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ପଣ୍ଡା,BPM ଦିଲ୍ଲୀପ କୁମାର ପରିଡା,
ପ୍ରମୁଖ ଯୋଗ ଦେଇ ସୁମନ ଦିଦିମାନଙ୍କୁ ତାଲିମ୍ ପ୍ରଦାନ କରି ସ୍ୱାସ୍ଥ୍ୟ ସମ୍ବଦିୟ ବିଷୟ ବୁଝାଇଥିଲେ ।

ଏଥିରେ “ସୁମନ ” ଅନୁଷ୍ଠାନର ଓଡିଶା ରାଜ୍ୟ ସଂଯୋଜକ ଶ୍ରୀଧର ବେହେରା, ନିଷ୍ଠା ଜୋନର ସଂଯୋଯିକା କୌଶଲ୍ୟା ସାମଲ, ପୁରୀ ଜିଲ୍ଲା ସଂଯୋଯିକା ରଶ୍ମିତା ପରିଡା, ଏବଂ କଟକ ଜିଲ୍ଲା ସଂଯୋଜକ ବିପିନ ବିହାରୀ ଦାସଙ୍କ ସମେତ ଶ୍ରୀମା ଶ୍ରୀଅରବିନ୍ଦ ପାଠ ଚକ୍ରର ଅନେକ କର୍ମକର୍ତ୍ତା ପରିଚାଳନରେ ସହଯୋଗୀତା କରିଥିଲେ ।

ଏହି ତାଲିମ୍ କାର୍ଯ୍ୟକ୍ରମରେ ୨୨ ଟି ସ୍ଵାସ୍ଥ୍ୟ ଉପକେନ୍ଦ୍ରର “ସୁମନ” ଭଲ୍ୟୁଣ୍ଟରସ ମାନେ ଯୋଗ ଦେଇଥିଲେ । ସରକାରଙ୍କର ଏହି ସ୍ବାସ୍ଥ୍ୟ ସେବା ମୂଳକ “ସୁମନ” ର କାର୍ଯ୍ୟକ୍ରମକୁ ସୁମନ ସ୍ୱଛାସେବୀମାନେ ମାତ୍ରୁ ଓ ଶିଶୁର ସ୍ବାସ୍ଥ୍ୟର ଯତ୍ନ କିପରି କରାଯାଇପାରିବ ସେ ବିଷୟରେ ନିଜ ନିଜ ଉପସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଶିକ୍ଷା ଦେଇ ସେବା କାର୍ଯ୍ୟ କରି ଆସୁଛନ୍ତି ।

Exit mobile version