ଜଟଣୀ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ : ସଭାପତି ଭାବେ ଜ୍ଞାନେନ୍ଦ୍ର କୁମାର ସେନାପତି ଓ ସମ୍ପାଦକ ଭାବେ ବ୍ରଜବନ୍ଧୁ ପ୍ରଧାନ ନିର୍ବାଚିତ ହୋଇଛନ୍ତି

ଖୋରଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର) :- ଜଟଣୀ ବାର ଆସୋସିଏସନର ବାର୍ଷିକ ନିର୍ବାଚନ ବେଶ୍ ସୁରଖୁର ଓ ଶାନ୍ତି ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନରେ ସଭାପତି ଭାବେ ଶ୍ରୀ ଜ୍ଞାନେନ୍ଦ୍ର କୁମାର ସେନାପତି ଓ ସମ୍ପାଦକ ଭାବେ ଶ୍ରୀ ବ୍ରଜବନ୍ଧୁ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ସେହିପରି ନିର୍ଦ୍ୱନ୍ଦରେ ଉପ ସଭାପତି ଭାବେ ଶ୍ରୀ ପ୍ରଦିପ କୁମାର ସୁବୁଦ୍ଧି ନିର୍ବାଚିତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ମିହିର କାନ୍ତ କୋଠାରୀ, କୋଷାଧ୍ୟକ୍ଷ ସୌଭାଗ୍ୟ ସୁନ୍ଦରରାୟ ନିର୍ବାଚିତ ହୋଇଛନ୍ତି।

ଏଥିସହ ଏକ୍ଜୁକେଟିଭ ମେମ୍ବର ଭାବେ ଭାସ୍କର ଚନ୍ଦ୍ର ଘଡ଼ାଇ,ଚକ୍ରଧର ଦାସ,ପ୍ରିୟଙ୍କା ବେହେରା,ଜୟ ଲକ୍ଷ୍ମୀ ମହାନ୍ତି,ଉଷା ରାଣୀ ଦାଶ ଓ ରଶ୍ମିତା ବଡ଼ଜେନା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ଏହି ନିର୍ବାଚନକୁ ଉମେଶ ଚନ୍ଦ୍ର ମିଶ୍ର ନିର୍ବାଚନ ଅଧିକାରୀ ଓ ସଞ୍ଜୟ ମାହାପାତ୍ର,ଋଷି କୁଲ୍ୟା ସାମନ୍ତରାୟ ଏବଂ ନବୀନ କୁମାର୍ ସହ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଉକ୍ତ ନିର୍ବାଚନରେ ପୁଲିଙ୍ଗ ଏଜେଣ୍ଟ ଭାବେ ଆଲୋକ ମହାନ୍ତି,ସୁକାନ୍ତ କୁମାର୍ ସୁବୁଦ୍ଧି, ଶୁଭେନ୍ଦୁ ପଟ୍ଟନାୟକ ଓ ନରେଶ ସାମନ୍ତରାୟ କାର୍ଯ୍ୟ ସମ୍ପାଦନ କରିଥିଲେ। ଆଜିର ଏହି ନିର୍ବାଚନଟି ବେଶ୍ ହସ,ଖୁସୀ ଓ ଶାନ୍ତି ପୂର୍ଣ୍ଣ ଭାବେ ହୋଇଥିବାରୁ ଅଧିବକ୍ତା ମହଲରେ ବେଶ୍ ଖୁସିର ମାହଲ ପରିଲକ୍ଷିତ ହୋଇଛି।

Exit mobile version