ବେହେରେନସିଲେଟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ତୁରେକେଲା ବ୍ଳକ ଅନ୍ତର୍ଗତ ବେହେରେନସିଲେଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଥିଲା।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପୁଷ୍ପଲତା ମଲ୍ଲିକ ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା,ଶିକ୍ଷକ ଚୂଡାମଣି ବେହେରା, ଥମିର ଛତ୍ରିଆ,ବିଦ୍ୟାଳୟ ସଭାପତି ଶଶୀ ପୁଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ମା ସରସ୍ବତୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୁରାତନ ଛାତ୍ର ସାମ୍ବାଦିକ ରୋହନ ମହତ,ମୋହନ ସୁନା,ଆକାଶ ନାଏକ,ଯଶେଶ୍ୱର ମାଝୀ ବିଏସଏଫଙ୍କୁ ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ତୁଷାର କାନ୍ତ ବଡଜେନା ପ୍ରାରମ୍ଭିକ ସଙ୍ଗୀତ ଓ କୃଷ୍ଣଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିଲେ।

ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଲିଲି ମହାନନ୍ଦ ଓ ଯଶୋବନ୍ତୀ ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଭାପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶିକ୍ଷକ ଭୁର୍ଷି ରଣା,ଅସିତ କୁମାର ପ୍ରଧାନ,

ପୃଥିରାଜ ବାରଲେବଡିଆ,ଶିଶୁ ସେବିକା ,ଦ୍ରୋପଦୀ ମାଝୀ,ପାଚିକା ଦହନା ପୁଟେଲ,ପୁଷ୍ପାଞ୍ଜଳି ନାଗ,ବାସନ୍ତୀ ମାଝୀ,ଶ୍ୟାମ ସୁନ୍ଦର ମାଝୀ, ଅଙ୍ଗଦ ପୁଟେଲ,ବସୁଦେବ ନାଗ,ପୁଷ୍ପାଞ୍ଜଳି ନିଆଲ,ଧନମତି ମହତ,ସଜନୀ କଟା,ସାବିତ୍ରୀ ମହାନନ୍ଦ ସହଯୋଗ କରିଥିଲେ।

Exit mobile version