ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ଲୋକପ୍ରିୟ ଓଡିଆ ଚ୍ଯାନେଲ ଜୀ ସାର୍ଥକରେ ଓଡିଶାର ସବୁଠାରୁ ବଡ ଡ୍ୟାନ୍ସ ରିଆଲିଟି ଶୋ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ” ନୂତନ ସିଜିନ ସହ ପୁଣି ସଫଳତାର ସହ ପହଞ୍ଚିଛି ତାର ଶେଷ ସୋପାନରେ, ଅର୍ଥାତ ଗ୍ରାଣ୍ଡ ଫିନାଲେରେ । ଗତ ୨୯ ନଭେମ୍ବର ୨୦୨୫ ର ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ରିଆଲିଟି ଶୋ, ସାଉଁଟିଛି ଦର୍ଶକଙ୍କ ଅଜସ୍ର ଭଲ ପାଇବା । ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୯:୩୦ରେ ପ୍ରସାରିତ ହେଉଥିବା ଏହାର ସମସ୍ତ ନୂଆ ନୂଆ ଏପିସୋଡ୍ ହୋଇଥିଲା ଦମଦାର ଓ ଆଉ ରୋମାଞ୍ଚକର । ତେଣୁ ଦେଖିବାକୁ ଭୁଲନ୍ତୁ ନାହିଁ କେବଳ ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” ଆସନ୍ତା ରବିବାର ୨୯ ମାର୍ଚ୍ଚ ୬:୩୦ରୁ ।
