ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଅଷ୍ଟମୀ ତିଥିରେ ସାଲା ମଣ୍ଡନ ସୂର୍ଯ୍ୟପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା’ଙ୍କୁ ମହାସ୍ନାନ ପରେ ଚିତ୍ରକର ବିଜୟ ପଣ୍ଡାଙ୍କ ଦ୍ୱାରା ମହାଗୌରୀ ବେଶ କରାଯାଇଥିଲା। ଷୋଡଶ ଉପଚାର ପୂଜା,ଶପ୍ତସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ।
