ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଆଲୋଚନାଚକ୍ର: ବିଦାୟ କାଳୀନ ସଭା ଅନୁଷ୍ଠିତ

ଖୋରଧା ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ଖୋରଧା ଜିଲ୍ଲା,ଜଟଣୀ ବ୍ଲକ୍ ଅନ୍ତର୍ଗତ କନ୍ତିଆସ୍ଥିତ ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ପ୍ରଥମ ଅଧିବେଶନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୨୦୧୨ ମସିହାରେ ସ୍ଥାପିତ ହୋଇଥିବା ଏହି ମହିଳା ମହାବିଦ୍ୟାଳୟରେ ବର୍ତ୍ତମାନ୍ ଓଡିଆ ଵିଭାଗରେ ୩୨ ସିଟ୍,ଶିକ୍ଷା ଵିଭାଗରେ ୪୦ ସିଟ୍, ରାଜନୀତି ବିଜ୍ଞାନ ବିଭାଗରେ ୩୨ସିଟ୍ ଓ ଇତିହାସ ବିଭାଗର ୨୪ସିଟରେ ଛାତ୍ରୀମାନେ ସମ୍ମାନ କ୍ଷେତ୍ରରେ ଅଧ୍ୟୟନ କରୁଛନ୍ତି।

ଆଜି ଏହି ପ୍ରମୂଖ ବିଷୟରେ ବିଭାଗୀୟ ଅଧ୍ୟାପକ, ଅଧ୍ୟାପିକା, ସମ୍ମାନିତ ଅତିଥି, ମୁଖ୍ୟ ଅତିଥି ମାନଙ୍କ ସମ୍ମୁଖରେ ପାଠଚକ୍ର ଆଲୋଚନା କରଯାଇଥିଲା । ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ +୩ ରାଜନୀତି ବିଜ୍ଞାନର ଅଧ୍ୟାପିକା ଦୁର୍ଗାରାଣୀ ନାୟକ ଅତିଥୀ ପରିଚୟ ପ୍ରଦାନ୍ କରିଥିବା ବେଳେ +୨ ମହିଳା ମହାବିଦ୍ୟାଳୟ ଅଧକ୍ଷ ସତ୍ୟବ୍ରତ ମହାନ୍ତି ସଭାପତିତ୍ଵ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ମହାବିଦ୍ୟାଳୟର ଓଡିଆ ବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଭୟ ବାରିକ ମୁଖ୍ୟ ଅତିଥି, ଜଟଣୀ ମହାବିଦ୍ୟାଳୟର ପୁର୍ବତନ ଅଧକ୍ଷ ଡ଼ଃ ରାଜୀବ କର ଅନ୍ୟତମ ମୁଖ୍ୟ ଅତିଥୀ,+୩ ମହିଳା ମହାବିଦ୍ୟାଳୟର ଅଧକ୍ଷ ଗଙ୍ଗାଧର ମିଶ୍ର,ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଡ଼ଃ ସୁକାନ୍ତି ମହାପାତ୍ର,ଚିନ୍ମୟୀ ମହାନ୍ତି,ଅବଦୁଲ କଲାମ,ବିମଳ ବେହେରା,ରଜନୀ ରଣସିଂ,ଶୁଶାନ୍ତ ସାମନ୍ତରାୟ, ସୌଦାମିନୀ ବେହେରା, ସ୍ନେହଲତା ସେନାପତି, ସନ୍ତୋଷ ପ୍ରଧାନ, ଜୟନ୍ତ ସାହୁ, ପୁଷ୍ପିତା ରାଣୀ ସାହୁ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।

ସେହିପରି ଅତିଥୀ ଗଣଙ୍କ ଉପସ୍ଥିତିରେ ଆଗାମି ବର୍ଷ ପିଲା ମାନଙ୍କ କୃତିତ୍ୱ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯିବା ସହିତ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରଯୁକ୍ତ ଗଙ୍ଗାଧର ମିଶ୍ରଙ୍କୁ ଧନ୍ୟବାଦ୍ ଅର୍ପଣ ସହ ଛତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version