ରାଉରକେଲାରେ ରାମ ନବମୀ ପାଇଁ ଶାନ୍ତି ଶୃଙ୍ଖଳ। ଲାଗି ପୋଲିସ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ରାଉରକେଲା ରେ ରାମନବମୀ ମହୋତ୍ସବ ୨୦୨୬ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧୂକାରୀମାନେ ବିଭିନ୍ନ ଆଖଡ଼ା କମିଟିର ସଦସ୍ୟମାନଙ୍କ ସହ ଉତ୍ସବର ପରିଚାଳନା ନେଇ ଆଲୋଚନା କରିଥିଲେ।

ଆଲୋଚନାର ପ୍ରମୁଖ ବିଷୟ ମଧ୍ୟରେ ଶୋଭାଯାତ୍ରା ଅପରାହ୍ନ ୧ ଟାରେ ବିସ୍ରା ଛକରୁ ଆରମ୍ଭହୋଇ ରାତି ୮ ଟା ସୁଦ୍ଧା ଆମ୍ବେଦକର ଛକରେ ଶେଷ ହେବ ।ଜନସାଧାରଣଙ୍କ ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ, ବାଣ ଫୁଟାଇବା ଓ ଉତ୍ତେଜନାମୂଳକ ସ୍ଲୋଗାନରୁ ବିରତ ରହିବାକୁ ଅନୁରୋଧ କରାଯାଇଛି। ଟ୍ୟୁବଲାଇଟ୍ ଭାଙ୍ଗିବା ଭଳି ବିପଜ୍ଜନକ ଖେଳ ନିଷେଧ ।

ଶବ୍ଦ ଓ ଟ୍ରାଫିକ: ଡିଜେ (DJ) ବ୍ୟବହାର କରାଯିବ ନାହିଁ ଏବଂ ଶବ୍ଦ ସୀମା ୬୫ ଡେସିବେଲ ମଧ୍ଯରେ ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତି ଆଖ ଆଖଡ଼ାରେ ୨ଟି ଗାଡ଼ିକୁ ଅନୁମତି ଦିଆଯିବ। ସମସ୍ତ ସ୍ବେଚ୍ଛାସେବୀଙ୍କ ତାଲିକା ଥାନାରେ ଦାଖଲ କରିବା ସହ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ପୂର୍ବ ବର୍ଷ ଭଳି ବାଲୁଘାଟରେ ପ୍ରତିମା ବିସଗର୍ଜନ କରାଯିବ ।

ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଏହି ଉତ୍ସବରେ ସମସ୍ତେ ସହଯୋଗ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ପୂର୍ବ ବର୍ଷପରି ଏ ବର୍ଷ ଧୁମ୍ ଧାମରେ ଏହି ରାମ ନବମୀ ଉତ୍ସବ ପାଳନ କରାଯିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।

Exit mobile version