ବିଶ୍ବବିଦ୍ୟାଳୟ ଦାବିରେ ବୁଲିଲା ଶୈଳବାଳା ସଚେତନତା ରଥ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଶିଷ୍ଟ ସମାଜସେବୀ ତଥା ନାରୀନେତ୍ରୀ ଶ୍ରୀମତୀ ଶୈଳବାଳା ଦାସ ଙ୍କ ୧୧୩ ତମ ପୂଣ୍ୟ ଜନ୍ମତିଥି ମହାସମାରୋହରେ ଶ୍ରୀମତୀ ଶୈଳବାଳା ଙ୍କ କୃତି କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଣ୍ୟ ଜନ୍ମଜୟନ୍ତୀ ଉତ୍ସବ ରେ ସ୍ବତଃ ପ୍ରବୃତ ଭାବେ କଟକ ମହାନଗର ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ୍, ବରିଷ୍ଠ ନେତା ଶ୍ରୀ ଶଶିଭୂଷଣ ବେହେରା,ଆଲୁମିନି ଶ୍ରୀ ମିହିର ପତି, ନାରୀନେତ୍ରୀ ଶ୍ରୀମତୀ ଅନିତା ବେହେରା ଙ୍କ ସହ କଟକର ବହୁ ସମାଜସେବୀ,

ଶିକ୍ଷାବିତ୍ ଯୋଗଦେଇ ସେହି ମହାନ୍ ତଥା ମହିୟସୀ ମହିଳା ଙ୍କ ପବିତ୍ର ଜନ୍ମ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ବଡ଼ କ୍ଷୋଭର ବିଷୟ ଯେ, ଦୀର୍ଘ ଦିନ ଧରି ଏହି ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଗି ଦାବି କରାଯାଉଥିଲା ବେଳେ ଏହି କ୍ଷେତ୍ରରେ ସରକାର ତଥା ରାଜ୍ୟ ଶିକ୍ଷା ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅତ୍ୟନ୍ତ ପରିତାପର ବିଷୟ। ଆଜି ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କର ସହଯୋଗ କାମନା କରି ମହାବିଦ୍ୟାଳୟ ପରିସରରୁ ଏକ ସଚେତନତା ରଥ କଟକର ବିଭିନ୍ନ ମୂଖ୍ୟ ରାସ୍ତା ଦେଇ ପରିକ୍ରମା କରି ମହାବିଦ୍ୟାଳୟ ପରିସରରେ ପହଞ୍ଚିଥିଲା।

ଏହି ସଚେତନତା ରଥ କୁ କଟକ ର ବିଭିନ୍ନ ବଜାରରେ ବଜାର କମିଟି ପକ୍ଷରୁ ସ୍ବାଗତ କରାଯିବା ସହ ବିଶ୍ବବିଦ୍ୟାଳୟ ଦାବି କୁ ବିପୁଳ ଜନସମର୍ଥନ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ପରସ୍ପର ବିରୋଧୀ କଟକର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଓ ବାରବାଟୀ -କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଷ ଙ୍କ ମିଳିତ ନେତୃତ୍ୱ କଟକର ଭାଇଚାରାର ଏକ ସ୍ୱତନ୍ତ୍ର ଉଦାହରଣ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେବା ସହ ପ୍ରଶଂସା କରାଯାଇଛି।

Exit mobile version