ମଧ୍ୟସ୍ଥିମୁକ୍ତ ବଜାର ଦିଗରେ ଓରମାସ-ଭାରତ ମସଲାର ମିଳିତ ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବଜାର ସଂଯୋଗ ସୃଷ୍ଟି କରିବା ଓ ନ୍ୟାୟସଙ୍ଗତ ମୂଲ୍ୟ ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ)ପକ୍ଷରୁ ଏକ ବିଶେଷ ବଜାର ସଂଯୋଗ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପେକ୍ଷୀରେ ସ୍ୱୟଂସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଗଞ୍ଜାମ,  କଟକ,  ଅନୁଗୁଳ, ଝାରସୁଗୁଡ଼ା ଓ ଜଗତସିଂହପୁର ଜିଲ୍ଲାରୁ ଟମାଟୋ ସଂଗ୍ରହ କରାଯାଉଛି ।

୨୪ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହି ପଦକ୍ଷେପ ଅନ୍ତର୍ଗତ ମୋଟ ୧୨୮.୩୦ ମେଟ୍ରିକ ଟନ ଟମାଟୋ ସଂଗ୍ରହ ହୋଇଛି । ଏଥିରେ କଟକ ଜିଲ୍ଲାରୁ ୫୩.୦୦ ମେଟ୍ରିକ ଟନ, ଗଞ୍ଜାମରୁ ୩୩.୮୦ ମେଟ୍ରିକ ଟନ, ଅନୁଗୁଳରୁ ୨୦.୦୦ ମେଟ୍ରିକ ଟନ ଓ ଝାରସୁଗୁଡ଼ାରୁ ୧୮.୦୦ ମେଟ୍ରିକ ଟନ ଟମାଟୋ ଭାରତ ମସଲା ଦ୍ୱାରା କ୍ରୟ କରାଯାଇଛି । ଏହା ସହିତ ଜଗତସିଂହପୁର ଜିଲ୍ଲାରୁ ୩.୫୦ ମେଟ୍ରିକ ଟନ ଟମାଟୋ ମଧ୍ୟ ଭାରତ ମସଲାକୁ ପଠାଯାଇଛି ।

ଏହି ପଦକ୍ଷେପ ମାଧ୍ୟମରେ ଉକ୍ତ ପାଞ୍ଚଟି ଜିଲ୍ଲାର ଅନେକ କୃଷକ ସିଧାସଳଖ ଭାବରେ ଲାଭାନ୍ବିତ ହେଉଛନ୍ତି । ଓରମାସର ଏହି ବଜାର ସଂଯୋଗ ଉଦ୍ୟମ ମାଧ୍ୟମରେ କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବିପଣନ ସୁଯୋଗ ସୃଷ୍ଟି ହେବା ସହ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।

Exit mobile version