ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ପୂର୍ବରୁ ସେ ଏହି ମନ୍ଦିର ନିର୍ମାଣ ସକାଶେ ଅନୁଦାନ ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ | ଜଗନ୍ନାଥ ମନ୍ଦିରରେ ପୃଥକ ପୃଥକ ଭାବେ ୫ ଜଣଙ୍କ ନାମରେ ୧୦ ଲକ୍ଷ ଲେଖାଏଁ ମୋଟ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।
