କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ଜବତ ହେଲା ୫୪ ଲକ୍ଷ ଟଙ୍କାର ହିରୋଇନ୍

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- “ନିଶା ନୁହେଁ ଜୀବନ” ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲା ର ଅବକାରୀ ବିଭାଗ ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ପାଇଁ ପ୍ରୟାସ ଜାରି ରଖୂଥୂବା ବେଳେ କେତେକ ଅସାଧୁ ଚୋରା ନିଶା ବେପାରୀ ଏହାର ଫାଇଦା ନେବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ସମଗ୍ର ଓଡ଼ିଶାରେ ଏହି ଚୋରା ନିଶା କାରବାର କୁ ରୋକିବା ଲାଗି ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ଜାରି ରହିଥିବା ବେଳେ କଟକ ଜିଲ୍ଲା ସର୍ବାଗ୍ରେ ରହିଛି ।

ଏହି ପରିପ୍ରେକ୍ଷୀରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ସାଲେପୁର ଅବକାରୀ ନିରୀକ୍ଷକ ଶ୍ରୀ ଅଭିରାମ ସାହୁ ଙ୍କ ନେତୃତ୍ୱରେ ଏକ ଦଳ ଜଗତପୁର ଥାନା ଅଧିନସ୍ଥ ରାଜପଥ-୯ଏ ନିକଟସ୍ଥ ପୀର ବଜାର ଛକ ଠାରେ ଅଚାନକ ଚଢ଼ାଉ କରି ଚୋରା ନିଶା ବେପାରୀ ସାଲେପୁର ଥାନା ଅଧିନସ୍ଥ ବାଲିଆ ଶଙ୍କରପୁର ରଅବଦୁଲ୍ଲା ଖାନ୍ ନାମକ ଜନୈକ ବ୍ୟକ୍ତି ଙ୍କୁ ଗିରଫ କରିବା ସହ ତା ନିକଟରୁ ୫୪ ଗ୍ରାମ ର ହିରୋଇନ୍ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଟ.୫୪,୦୦,୦୦୦/- ଙ୍କା ଜବତ କରିବା ସହ

ଓଡ଼ିଶା ଅବକାରୀ ଆଇନ ର ୧୯୮୫ ଧାରା ର ୧୯ (୧) ଏନ୍.ଡି.ପି.ଏସ୍ ଆଇନ ଅନୁଯାୟୀ ସାଲେପୁର ଅବକାରୀ ଥାନା ମାମଲା ନଂ -୭୦/୨୫-୨୬ ୠଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଛନ୍ତି । ଏହି ଚଢାଉ କାର୍ଯ୍ୟକ୍ରମ ରେ ନିରୀକ୍ଷକ ଶ୍ରୀ ସାହୁ ଙ୍କ ସହ ଶ୍ରୀ ସୁଧାଂଶୁ କୁମାର ବେହେରା, ସହକାରୀ ଉପ-ନିରୀକ୍ଷକ, ଅବକାରୀ କନେଷ୍ଟବଳ ଶ୍ରୀ ମନ୍ମଥ ସିଂ, ଶ୍ରୀ ଜିତେନ୍ଦ୍ର ବଳବନ୍ତରାୟ, ଶ୍ରୀ ଆଶିଷ କୁମାର ପ୍ରଧାନ ଓ ମହିଳା କନେଷ୍ଟବଳ ସୁଶ୍ରୀ ସୋନାଲୀ ନାୟକ ସାମିଲ୍ ହୋଇଥିଲେ ।

Exit mobile version