Home ଓଡ଼ିଶା ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ଛାତ୍ରୀଙ୍କ ପାଇଁ ୬ ଦିନିଆ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଗତ ୧୯.୦୩.୨୦୨୬ ରୁ ୨୪.୦୩.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ଗୃହ ବିଜ୍ଞାନ ବିଭାଗ ଛାତ୍ରୀଙ୍କ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ଓଡ଼ିଶା ଜୀବିକା ମିଶନ (OLM) ଏବଂ ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ‘ସିଭିଲ ସୋସାଇଟି ନୟାଗଡ଼’ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସିଭିଲ ସୋସାଇଟିର ଅଧ୍ୟକ୍ଷ ରୋଟାରିଆନ ଗୋଦାବରିଶ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜୀବିକା ମିଶନର ଡି.ପି.ଏମ (DPM) ଶ୍ରୀ ଶାଶ୍ୱତ ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ସୀତାରାମ ସାହୁ, ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ସୋମା କାଲିଆ ଏବଂ ସିଭିଲ ସୋସାଇଟିର ଉପାଧ୍ୟକ୍ଷ ଶ୍ରୀ ଭଗବତୀ ଚରଣ ପଟ୍ଟନାୟକ ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ନିଜ ଅଭିଭାଷଣରେ ତାଲିମ ନେଇଥିବା ଛାତ୍ରୀମାନଙ୍କୁ ଖାଦ୍ୟ ଉଦ୍ୟୋଗୀ (Food Entrepreneurs) ହେବା ପାଇଁ ଉତ୍ସାହିତ କରିଥିଲେ। ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା (Food Processing Technology) ଶିଖିବା ଦ୍ୱାରା ଛାତ୍ରୀମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୨୦ ଜଣ ତାଲିମପ୍ରାପ୍ତ ଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନିରନ୍ତର ସମର୍ଥନ ଓ ସହଯୋଗ ପ୍ରଦାନ କରିଥିବାରୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ ଧୀରେନ୍ଦ୍ର ପଟ୍ଟନାୟକଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସିଭିଲ ସୋସାଇଟିର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ଭଗବତୀ ଚରଣ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ by Proprietor Abhimanyu Maharana June 16, 2026 ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ by Proprietor Abhimanyu Maharana June 16, 2026 Gurugram hosts Raja Mahotsava with Grandeur by Proprietor Abhimanyu Maharana June 16, 2026 କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ by Proprietor Abhimanyu Maharana June 15, 2026 ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ by Proprietor Abhimanyu Maharana June 15, 2026 ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ by Proprietor Abhimanyu Maharana June 15, 2026