ବସ୍ତାନୀ ଵିନା ଦଶଦିନ ସ୍କୁଲ ଯିବା – ରଣପୁର ବ୍ଲକ ଗୋପାଳ ପୁର ସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ରେ ଏକ ଅଭିନବ କାଯ୍ୟକ୍ରମ ଗଣଶିକ୍ଷା ଵିଭାଗ ତରଫରୁ ହୋଇଛି

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଗୋପାଳ ପୁର ସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ରେ ଏକ ଅଭିନବ କାଯ୍ୟକ୍ରମ ଗଣଶିକ୍ଷା ଵିଭାଗ ତରଫରୁ ହୋଇଛି. ଏହି କାଯ୍ୟକ୍ରମ ରେ ବ୍ଲକ ସହଶିକ୍ଷାଅଧିକରୀଣୀ ଶ୍ରୀମତୀ ଲଷ୍ମୀ ଦେଇ. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ. ମୁଖ୍ୟ ବକ୍ତା ଭାବେ ଗୋପାଳ ପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଙ୍ଗଦ ବଳିୟାରସିଂ,

ଵିଶିଷ୍ଟ ଅତିଥି ଭାଵେ ମଝିଆ ଖଣ୍ଡ ହାଇସ୍କୁଲ ପ୍ରଧାନ ଶିକ୍ଷକ, ଶ୍ରୀ ବସନ୍ତ କୁମାର ସାହୁ ବିଦ୍ୟାଳୟ ପରିଚାଳନା ସଭାପତି ରଞ୍ଜନ ବରାଡ, ପଞ୍ଚ ଶିକ୍ଷା ସେତୁ ସଭାପତି ଵେଣୁଧର ଵାରିକ, ଉପସ୍ଥିତ ରହି ନିଜ ନିଜ ର ଭାଷଣ ପ୍ରଦାନ କରିଥିଲେ. ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ସ୍ନେହମୟୀ ଭୋଳ କାଯ୍ୟକ୍ରମ ର ଲକ୍ଷ,

ଉଦେଶ୍ୟ ରେ ପିଲା ମାନଙ୍କୁ କହିଥିଲେ. ମାସକୁ ଦଶଦିନ ବହିବସ୍ତାନୀ ନ ଆଣି ସ୍କୁଲ ଆସିବେ. ସ୍କୁଲ ରେ ପିଲା ଵିଭିନ୍ନ ଉପକରଣ ଖେଳଣା, କାଗଜ, ମାଟି ଜିନିଷ ଶିକ୍ଷା ଲାଭ କରିଵେ, ଏହି ପରି ଭାବେ ହୋଇଛି ସଭା ଶେଷରେ ଶରତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ. ଵିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l

Exit mobile version