ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ ମାଲକାନଗିରି ଜିଲ୍ଲା ଗସ୍ତ କରି ଶିଶୁମାନଙ୍କ ସୁରକ୍ଷା ଓ ଅଧିକାରର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ବାଲ୍ୟ ବିବାହ ମୁକ୍ତ କରିବାକୁ ପ୍ରାଥମିକତା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ଏକ ଜନଜାତି ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ଶିଶୁ ଚାଲାଣ, ସ୍କୁଲ ଡ୍ରପ୍ ଆଉଟ୍, ବାଲ୍ୟ ବିବାହ ଏବଂ ଶିଶୁ ଅତ୍ୟାଚାର ରୋକିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ବା ଖସଡ଼ା ପ୍ରସ୍ତୁତ କରାଯାଉଛି।
