ବନ୍ଦେ ଉତ୍କଲ ଜନନୀ ସଙ୍ଗିତ କୁ ନେଇକି ତେଜିଲା ବିବାଦ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ସମ୍ୱଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ଗତ ପଖାଲ ଦିବସରେ ବନ୍ଦେ ଉତ୍କଲ ଜନନୀ ସଙ୍ଗିତ କୁ ଅସମ୍ମାନ ପରେ ଏବେ ପଶ୍ଚିମ ଓଡ଼ିଶାରେ ରାଜ୍ୟ ସଙ୍ଗିତକୁ ବିରୋଧ କରିବା ଆରମ୍ଭ ହେଇଯାଇଛି ,ଆଗକୁ ଏପ୍ରିଲ ୧ ଉତ୍କଲ ଦିବସ ଥିବାରୁ ସରକାରୀ ସ୍ତରରେ ଉତ୍କଲ ଦିବସ ପାଲନ କରାଯିବ ଏହି ପରିପେଖି ରେ ସବୁଠି ବନ୍ଦେ ଉତ୍କଲ ଜନନୀ କୁ ରାଜ୍ୟ ସଙ୍ଗିତ ଭାବରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କୁ ଛିଡ଼ା ହେଇ ଗୁଆଜିବ ଜାହାକୁ ନେଇ ଏବେଠୁ ବିବାଦ ମୁଣ୍ଡ ଟେକିଛି I

ଆଜି ବେଲପଡ଼ା କୋସଲ ରାଜ୍ୟ ମୁକ୍ତି ମୋର୍ଚା ତରଫରୁ ବନ୍ଦେ ଉତ୍କଲ ଜନନୀ ସଙ୍ଗିତକୁ ରାଜ୍ୟ ସଙ୍ଗିତ ମାନ୍ୟତା ପ୍ରତ୍ୟାହାର ଦାବି ନେଇ ମୁଖ୍ୟମନ୍ତ୍ରି ଙ୍କ ଉଦ୍ଦେଶ୍ୟରେ ବେଲପଡ଼ା ତହସିଲଦାର ଙ୍କୁ ଦାବିପତ୍ର ଦେଇଥିବା ଜଣା ଯାଇଛି ଏଥିରେ ସଙ୍ଗଠନର ରାଜ୍ୟ ଆବାହକ ଶ୍ରୀ ଜନାର୍ଦନ ସିଂ ରାଜ୍ୟ ସମ୍ପାଦକ ସିପୁନ ଖମାରୀ ,ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ଜିତୁ ନାଏକ ,ଶ୍ରୀ ଲଲିତ ମୋହନ ରାଉତ ,ସରୋଜ ନାଏକ ପ୍ରମୁଖ ସାମିଲ ଥିଲେ I

Exit mobile version