ସହୀଦ ଦିବସ ଅବସରରେ ଶ୍ରମଦାନ କାର୍ଯ୍ୟକ୍ରମ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ସହୀଦ ଦିବସ ପାଳିତ ହୋଇଯାଇଛି  l ସହୀଦ ଭଗବତ ସିଂହ, ଶିବରାମ ରାୟଗୁରୁ ଓ ସୁଖଦେବ ଥାପୁର ଙ୍କ ବଳିଦାନ ଦିବସକୁ ସାରା ଭାରତରେ ସହୀଦ ଦିବସ ଭାବେ ପାଳନ କରାଯାଉଛି l ଏହି ଅବସରରେ ନୟାଗଡ଼ରେ ୨ ଦିନ ଧରି ସହୀଦ ଦିବସ ପାଳନ କରାଯାଉଛି l ନୟାଗଡ଼ ବାଲାଙ୍ଗିବନ୍ଧ ଠାରେ ଆଜି ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା କୃଷକ ମୋର୍ଚା ସଭାପତି ସଂଜୟ ନାୟକ, ସମାଜସେବୀ ବସନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଓ ଦେବଦୁତ୍ତ ସେବା ପରିଷଦର କର୍ମକର୍ତା ମାନେ ପରିଚାଳନା କରିଥିଲେ l ସହୀଦ ଦିବସ ଅବସରରେ ଆସନ୍ତା କାଲି ନୟାଗଡ଼ ସହରରେ ପଦଯାତ୍ରା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l

Exit mobile version