ଗଜପତି ଜିଲ୍ଲା ପୋଲିସ ଅଡବା ଥାନା ଅନ୍ତର୍ଗତ ରାଜପୁର ଏବଂ ମୋହନାଗୁଡ଼ି ଗ୍ରାମରେ ଚଢ଼ାଉ କରି ମୋଟ 725 କିଲୋଗ୍ରାମ ଗଞ୍ଜେଇ ଜବତ

ବୌଦ୍ଧ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ବୌଦ୍ଧ ଜିଲ୍ଲା ପୋଲିସ, ମାଲକାନଗିରି ଜିଲ୍ଲା ପୋଲିସ ଓ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ନିଶା କାରବାର ବିରୋଧରେ ଅଭିଯାନକୁ ଜୋରଦାର କରାଯାଇଛି ।ସୂଚନା ଅନୁଯାୟୀ 15.03.2026 ରୁ 20.03.2026 ମଧ୍ୟରେ ସର୍ବମୋଟ 2,868 କେଜି ଗଞ୍ଜେଇ ଜବତ କରାଯାଇଛି ।

ଏହି କ୍ରମରେ ବୌଦ୍ଧ ଜିଲ୍ଲା ପୋଲିସ କଣ୍ଟାମାଳ ଥାନା ଏବଂ ମଡେଲ ଥାନା ଅଞ୍ଚଳରେ ଚଢ଼ାଉ କରି ମୋଟ 1600 କିଲୋଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଗଜପତି ଜିଲ୍ଲା ପୋଲିସ ଅଡବା ଥାନା ଅନ୍ତର୍ଗତ ରାଜପୁର ଏବଂ ମୋହନାଗୁଡ଼ି ଗ୍ରାମରେ ଚଢ଼ାଉ କରି ମୋଟ 725 କିଲୋଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ।

ଏହା ସହିତ ବିଭିନ୍ନ ମାମଲାରେ ଗାଡ଼ି ଏବଂ ମୋବାଇଲ୍ ଫୋନ୍ ଜବତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ।  ସେହିପରି ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ଚିତ୍ରକୋଣ୍ଡା ଥାନା, ଓରକେଲ ଥାନା ଓ କାଲିମେଳା ଥାନା ଅଞ୍ଚଳରେ ଚଢାଉ କରି ମୋଟ 543 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଏଥିସହିତ ପୋଲିସ ପ୍ରଶାସନ ପକ୍ଷରୁ 8 ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ନଷ୍ଟ କରାଯାଇଛି ।

Exit mobile version