ବନମାଲ ପ୍ରିମୀୟର ଲିଗ ରେ ଚମ୍ପିୟାନ ହେଲେ ଜେଏସଏସବି–୧୧

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ବନମାଲ ଗାଁ ଠାରେ ବିପିଏଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ ପାଇଁ ମାଁ ବନମଲେନ ମନ୍ଦିର ରୁ ଏକ ମଶାଲ ଯାତ୍ରା କରିବା ସହ ଗ୍ରାମ ପରି ଭ୍ରମଣ କରାଯାଇଥିଲା । ଉକ୍ତ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୁବ ସରପଞ୍ଚ ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିବ ପ୍ରସାଦ ସାହୁ, ଚକ୍ର ବିଶ୍ଵାଳ, ଗିରିଧାରୀ ସା, ସରୋଜ କୁମାର ବିଶ୍ଵାଳ, ନରେନ୍ଦ୍ର ପଧାନ, କ୍ଷମାନିଧି ବିଶ୍ଵାଳ ପ୍ରମୁଖ ଯୋଗଦାନ କରିଥିଲେ । ପରିଚାଳନା କମିଟି ପକ୍ଷରୁ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାରାଯାଇ ଥିଲା ।

ପରେ ସରପଞ୍ଚ ପ୍ରଦୀପ କୁମାର ବେହେରା ଫିତା କାଟି ଖେଳ କୁ ଶୁଭାରମ୍ଭ କରିଥିଲେ । ଏହି ମ୍ୟାଚ ରେ ନାମିଦାମୀ ଛଅ ଗୋଟି ଦଳ ଯୋଗଦାନ କରିଥିଲେ ।ସେମାନେ ହେଲେ ସାହୁ ବ୍ରଦର, ଜେବିଟି ଏଲିଭେନ, ଶ୍ଳୋକ ଟାଇଟନ, ଜେ ଏସ ଏସ ବି ଏଲିଭେନ, ଅନ୍ୟା ଏକ୍ସଆଇ, ଏସ କେ ହିଟର । ସମସ୍ତ ମ୍ୟାଚ ଗୁଡିକ ଜୋରଦାର ଲଢେଇ ହୋଇଥିଲା ସମସ୍ତ ଙ୍କୁ ପଛରେ ପକାଇ ଶ୍ଳୋକ ଟାଇଟାନ ଓ ଯେ ଏସ ଏସ ବି ଏଲି ଭେନ ଫାଇନାଲ ଟିକେଟ ପାଇଥିଲେ | ପ୍ରଥମେ ବ୍ୟାଟିଂ କରି ଶ୍ଳୋକ ଟାଇଟନ ଛଅ ଓଭର ରେ ମାତ୍ର ରନ କରିପାରିଥିଲେ ।

୫୫ ରନ ର ପିଛା କରି ଯେ ଏସ ଏସ ବି ଏଲିଭେନ 88 ଧୂଆଁଧାର ବେଟିଙ୍ଗ କରି ବିରୋଧୀ ଦଳ ର ଧ୍ଵଜା ଉଡାଇ ଦେଇଥିଲା ପରେ ଔଝଝଈ-୧୧ ବିଜୟ ମୁକୁଟ ମିନ୍ଧିଥ୍‌ଲାବିଜୟ ଲାଭ କରିଥିବା ଓନର ଭୋଜରାଜ ଦଣ୍ଡସେନା ଙ୍କୁ ଏକ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା |ତା ସହ ଫାଇନାଲ ରେ ପରାଜିତ ଦଳ କୁ ମଧ୍ଯ ଟ୍ରଫି ସହ ଅର୍ଥରାଶି ଦିଆଯାଇଥିଲା । | ମ୍ୟାନ ଅଫ ଦ ସିରିଜ ମଦନ ଛତ୍ରୀଆ ପାଇଥିବା ବେଳେ ମ୍ୟାନଅଫ ଦ ମ୍ୟାଚ ଫକୀର ଗାଇନ୍‌ଟା ମନୋନୀତ ହୋଇଥିଲେ ଖେଳକୁ ପରିଚାଳନା କରିଥିଲେ ସାଧୁ ଦଣ୍ଡସେନା, ଅନୀଲ ବିଶ୍ଵାଳ,ଘଟେନ୍ଦ୍ର ପଧାନ, ଗୋବିନ୍ଦ ବିଶ୍ଵଳ, ନବଘନ ବଢ଼େଇ । ସ୍କୋର ଭାର ସମ୍ଭାଳି ଥିଲେ ଝସକେତନ ପଧାନ, ଧାରା ବିବରଣୀ ପ୍ରଦାନ କରିଥିଲେ ଲିଗ୍‌ରାମ ଖୁରା |

Exit mobile version