କଣ୍ଟାବାଞ୍ଜିରେ ଝୁଲେଲାଲ ଜୟନ୍ତୀ ପାଳନ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ସିନ୍ଧି ସମାଜ ପକ୍ଷରୁ ଝୁଲେଲାଲ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଛି I ପୂଜ୍ୟ ସିନ୍ଧି ପଞ୍ଚାୟତ ପକ୍ଷରୁ ସକାଳ ସମୟରେ ଝୁଲେଲାଲ ମହାରାଜାଙ୍କ ପୂଜା ପରେ ସହରର ମୁଖ୍ୟ ଶାସ୍ତ୍ରୀ ଛକରେ ଶୀତଳ ସର୍ବତ ପାଣି ଓ ଚଣା ପ୍ରସାଦ ଭୋଗ ବଣ୍ଟନ କରାଯାଇଥିଲା I

ପ୍ରବଳ ଖରାରେ ଯାତାୟାତ କରୁଥିବା ଲୋକଙ୍କ ସହ ଅନ୍ୟ ଶତାଧିକ ସ୍ଥାନୟ ଲୋକେ ଏହି ପ୍ରସାଦ ଭୋଗ ପାଇଥିଲେ I ଏହି ପୂଜା ଏବଂ ପ୍ରସାଦ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସ୍ଥାନୀୟ ସିନ୍ଧି ସମାଜର ସମୀର ଯଶବାନି, ନବୀନ ଅସରନି,ଶଙ୍କର ଅସରନି,ହର୍ଷ ଯଶବାନି,ଧନରାଜ ଚଞ୍ଚଳ ମାଖିଯା,ଅମିତ ପଞ୍ଚବାନି,

ଗୋବର୍ଦ୍ଧନ ପଞ୍ଚବାନୀ,ଚିମାନ ଲାଲ ଯଶବାନି,ଅମର ଅସରନି ସହ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ I ସନ୍ଧ୍ୟା ୫ ଘଣ୍ଟା ସମୟରେ ପୁଣି ପୂଜା କାର୍ଯ୍ୟ ପରେ ତାଙ୍କ ସମାଜ ର ମହିଳା, ପୁରୁଷଙ୍କୁ ନେଇ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିବା ବୋଲି ଗୋବର୍ଦ୍ଧନ ପଞ୍ଚବାନୀ ସୂଚ଼ନା ଦେଇଛନ୍ତି I

Exit mobile version