ବାରଡ଼ିଆ ପାଲା ମଣ୍ଡପ ଠାରେ ମହିମା ଧୁନୀ ମହୋତ୍ସଵ

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ୍ ) ନି. ପ୍ର :- ମହିମା ଧର୍ମ ହିଁ ସନାତନ ଧର୍ମର ମୂଳ ଆଧାର l ଏକ ବ୍ରହ୍ମ ପରମାତ୍ମା ସର୍ବତ୍ର ବିରାଜିତ l ଏହାହିଁ ମହିମା ଧର୍ମର ବିଶେଷତ୍ୱ l ଏହା ହେଉଛି ଏକାକ୍ଷର ବ୍ରହ୍ମ l ସୃଷ୍ଟି ଆରମ୍ଭର ମୂଳତତ୍ତ୍ୱ ବୋଲି ମହିମା ସନ୍ୟାସୀ ମାନେ ରବିବାର ବାଇଶି ମୌଜା ବାରଡ଼ିଆ ପଲାମଣ୍ଡପ ଠାରେ ଚୈତ୍ର ଶୁକ୍ଳ ପକ୍ଷ ଚତୃଥୀ ତିଥି ରେ ଅଲେଖ ଧର୍ମୀ ସନ୍ୟାସୀ ମାଗୁଣି ବାବାଙ୍କ ତତ୍ୱାବଧାନରେ ଅଖଣ୍ଡ ଧୁନୀ ମହୋତ୍ସବରେ ମତ ଦେଇଛନ୍ତି l

ଏଥିରେ ମହିମା ସନ୍ୟାସୀ ଧୁଶାସନ ବାବା, ଗଙ୍ଗାଧର ବାବା, କାନ୍ହୁ ବାବା, ରବି ବାବା, ଙ୍କ ସହ ଅନେକ ସନ୍ୟାସୀ ଉପରୋକ୍ତ ମତଦେଇଛନ୍ତି l ଜଗତର ମଙ୍ଗଳ ପାଇଁ ଏହି ଧୁନୀ ପ୍ରଜ୍ବଳନ କରାଯାଇଥିଲା l ଗ୍ରାମର ସାଧୁ ବ୍ୟକ୍ତି ମାନେ ଧୁନୀ ପାଇଁ ଧୂପ, ଦୀପ, ଘୃତ, ଭୋଗ ଆଦି ଦ୍ରବ୍ୟ ପ୍ରଦାନ କରିଥିଲେ l

Exit mobile version