କୁଚକ୍ରୀ ଗୋଷ୍ଠି ଦଳ କୁ ପଥଭ୍ରଷ୍ଟ କରୁଛନ୍ତି – ଗୌରହରି ପ୍ରଧାନ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ର ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଙ୍କୁ ଗତକାଲି ରାତିରେ ବିନା ସୋକଜ ନୋଟିସ ରେ ବିଜେଡି ଦଳ ରୁ ସସ୍ପେଣ୍ଡ କରାଯାଇଛି | ଶନିବାର ଅପରାହ୍ନ ରେ ବଡଦାଣ୍ଡ ନାୟକପ୍ଲାଜା ସଭା ଗୃହ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କୁ ଅନ୍ୟାୟ ଭାବେ ବହିସ୍କୃତ କରିଛନ୍ତି | ସେ ବିଜୁ ଲିଗାସୀ ବ୍ୟକ୍ତି | ଦଳବିରୋଧୀ ଓ କ୍ରସ ଭୋଟିଙ୍ଗ ରେ କେତେକ ବିଧାୟକ ଙ୍କୁ ସସ୍ପେଣ୍ଡ କରି ନଥିବା ବେଳେ ତାଙ୍କୁ କାହିଁକି ଦଳ ରୁ ବହିସ୍କୃତ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି |

ବିଜୁବାବୁ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ଜନତା ପାର୍ଟି, ଜନତାଦଳ, ବିଜୁ ଜନତାଦଳ ରେ ରହିଆସିଥିଲେ | ସ୍ୱାଧୀନ ଭାବେ ନଗରପାଳ ଓ ତାଙ୍କ ଧର୍ମପତ୍ନୀ ପୌର ସଦସ୍ୟା ହୋଇଥିଲେ | ବିଜୁବାବୁ ଙ୍କ ମାନସପୁତ୍ର ଦିଲ୍ଲିପ ରାୟ ଙ୍କୁ ରାଜ୍ୟ ସଭାକୁ ପଠାଇଲେ ଭଲ ହେବ ବୋଲି ସେ ପ୍ରେସ ମିଟ କରିଥିଲେ | ସେ ବିଧାୟକ କି ସାଂସଦ ନୁହଁନ୍ତି, ଜଣେ ବିଜୁପ୍ରେମୀ ବ୍ୟକ୍ତି | ବିଜେଡି ଆରମ୍ଭ ସମୟ ରୁ ରହି ଆସିଛୁ |ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରେ ଅନେକ ସହଯୋଗ କରିଛି |

ଦଳ ମୋ ଭଳି ବିଜୁ ଲିଗାସୀ ବ୍ୟକ୍ତି ଙ୍କୁ ଚିହ୍ନି ପାରିଲାନାହିଁ | ଦଳ ର ଅବସ୍ଥା ଏବେ ଭାରି ଖରାପ ସ୍ଥିତି ରେ ଅଛି | କିଛି ଝାଞ୍ଜ ବାଡିଆ ତୋଷାମଦକାରି ଙ୍କ ଯୋଗୁଁ ଦଳ ବିଜୁବାବୁ ଙ୍କ ଚିନ୍ତାଧାରା ରୁ ଦୁରେଇ ଯାଉଛି | ବ୍ରଜ ତ୍ରିପାଠୀ, ଦିଲ୍ଲିପ ରାୟ, ଶଙ୍କର ପରିଡା ଙ୍କ ଭଳି ନେତା ଙ୍କୁ ବିଜେଡି କୁ ଫେରାଇ ଆଣିବା ପାଇଁ ସେତେବେଳେ ସେ କହିଥିଲେ , କେହି ଶୁଣିଲେ ନାହିଁ | ମୋତେ ସସ୍ପେଣ୍ଡ କରି ଦଳ ମସ୍ତବଡ ଭୁଲ କରିଛି | ଆଗକୁ ମୋ ରଣନୀତି, ଚକ୍ରବିହ୍ୱ ମୁଁ ତିଆରି କରିବି ବୋଲି କହିଥିଲେ |

Exit mobile version