କୁଠାରୀ ବଂଶ ବିଶ୍ୱକର୍ମା ସମାଜ ନୂତନ କମିଟି ଚୟନ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା ସ୍ଥିତ ମା ଶ୍ୟାମଲାଇ କଲ୍ୟାଣ ମଣ୍ଡପ ଠାରେ ରବିବାର କୁଠାରୀ ବଂଶ ବିଶ୍ୱକର୍ମା ସମାଜର ସପ୍ତମ ଅଧିବେଶନ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି। ଶନିବାର ସଭାପତି ପର୍ଶୁରାମ ମହାରଣାଙ୍କ ସ୍ଵାସ୍ଥ୍ୟ ଅବନତି ଯୋଗୁଁ ଉପ ସଭାପତି ରବିନ୍ଦ୍ର ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ୩୨ ଟି ଗ୍ରାମର ବଂଶ ଭାଇ ଯୋଗ ଦେଇଥିଲେ।

କୁଳଦେବ ଶ୍ରୀ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ପରେ ଅଶି ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଂଶର ପରମ୍ପରା ଅନୁଯାୟୀ ଗତ ୨୦୨୦ ମସିହାରୁ ଚୟନ ହୋଇ କାର୍ଯ୍ୟ କରୁଥିବା କମିଟିର କାର୍ଯ୍ୟକାଳ ସରି ଯାଇଥିବା ବେଳେ ଚଳିତ ବର୍ଷ ନୂତନ କମିଟି ଚୟନ ହୋଇଥିଲା। ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସୀମାଞ୍ଚଳ ମହାରଣା,ଉପ ସଭାପତି ଭାବେ ଚତୁର୍ଭୁଜ ମହାରଣା ଓ ପିତାମ୍ବର ମହାରଣା, ସମ୍ପାଦକ ଭାବେ ଅଜିତ କୁମାର ମହାରଣା,

ସହ-ସମ୍ପାଦକ ଭାବେ ପ୍ରଦୀପ ମହାରଣା ଓ କୋଷାଧ୍ୟକ୍ଷ ଭାବେ କାଳୁ ମହାରଣାଙ୍କୁ ଚୟନ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀରେ ଶୁକ୍ଳାମ୍ବର ମହାରଣା, ବିଶ୍ୱନାଥ ମହାରଣା, ରାମଚନ୍ଦ୍ର ମହାରଣା, ପୂର୍ଣ୍ଣଚନ୍ଦ୍ର ମହାରଣା ଓ ରବିନ୍ଦ୍ର ମହାରଣାଙ୍କୁ ଚୟନ କରାଯାଇଥିଲା। ଏଥି ସହିତ କମିଟି ସଭ୍ୟ ଭାବେ ୧୪ ଜଣ ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇଥିଲା । ପରିଶେଷରେ ନୂତନ କମିଟି ସଦସ୍ୟ ମାନେ ଶପଥ ପାଠ କରିଥିଲେ । ଅଧିବେଶନରେ ଯୋଗ ଦେଇଥିବା ୨ ଶହ ବଂଶ ଭାଇଙ୍କ ଉପସ୍ଥିତିରେ ଚଳିତ ବର୍ଷ ନୂତନ କମିଟି ଚୟନ ହୋଇଥିଲା ।

Exit mobile version