ମନ୍ଦାସାରୋଡ ରେଳ ଷ୍ଟେସନରେ ବ୍ରହ୍ମପୁର–ବିଶାଖାପାଟଣା–ବ୍ରହ୍ମପୁର ଏକ୍ସପ୍ରେସର ପରୀକ୍ଷା ମୂଳକ ରହଣି

ଖୋରଧା ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) –  ଖୋର୍ଧା ରୋଡ୍, ଜନସାଧାରଣଙ୍କ ଦୀର୍ଘଦିନର ଦାବି ଓ ଆଞ୍ଚଳିକ ସଂଯୋଗୀ କରଣକୁ ସୁଦୃଢ଼ କରିବା ପାଇଁ,ଆଜି ୨୦.୦୩.୨୦୨୬ ଠାରୁ ମନ୍ଦାସା ରୋଡ ରେଳ ଷ୍ଟେସନରେ ବ୍ରହ୍ମପୁର–ବିଶାଖାପାଟଣା–ବ୍ରହ୍ମପୁର ଏକ୍ସପ୍ରେସକୁ ପରୀକ୍ଷା ମୂଳକ ରହଣି ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ମାନ୍ୟବର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ ଏହି ଅବସରରେ ଯୋଗଦେଇ ମନ୍ଦାସା ରୋଡ ରେଳ ଷ୍ଟେସନରେ ଟ୍ରେନକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଖୋର୍ଧାରୋଡ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନିଲ୍ ସହ ଅନ୍ୟାନ୍ୟ ରେଳ ଅଧିକାରୀମାନେ ଉପସ୍ଥିତ ଥିଲେ । ଟ୍ରେନ୍ ନଂ୧୮୫୨୬ ବିଶାଖାପାଟଣା–ବ୍ରହ୍ମପୁର ଏକ୍ସପ୍ରେସ ମାଣ୍ଡାସା ରୋଡ୍‌ରେ ସନ୍ଧ୍ୟା ୧୯:୦୩ରେ ପହଞ୍ଚି ୧୯:୦୪ରେ ପ୍ରସ୍ଥାନ କରିବ ।

ଫେରତି ଦିଗରେ, ଟ୍ରେନ୍ ନଂ୧୮୫୨୫ ବ୍ରହ୍ମପୁର–ବିଶାଖାପାଟଣା ଏକ୍ସପ୍ରେସ ମାନ୍ଦାସା ରୋଡ୍‌ରେ ପ୍ରଭାତ ୧୦:୩୮ରେ ପହଞ୍ଚି ୧୦:୩୯ରେ ପ୍ରସ୍ଥାନ କରିବ । ଏହି ପଦକ୍ଷେପ ମନ୍ଦାସା ଓ ପାଖାପାଖି ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ଯାତାୟାତ ସୁବିଧାକୁ ବୃଦ୍ଧି କରିବା ସହ ଅଞ୍ଚଳର ସ୍ଥାନୀୟ ଯାତ୍ରା ଏବଂ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ ।

Exit mobile version