ଡି.ସୁନିଲ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ମଣ୍ଡଳର ନୂତନ ମଣ୍ଡଳରେଳ ପ୍ରବନ୍ଧକ

ଖୋର୍ଦ୍ଧା ରୋଡ୍ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭାରତୀୟ ରେଳପଥ ସିଗନାଲ ସେବା (ଆଇଆରଏସଏସଇ)ର ୧୯୯୬9 ବ୍ୟାଚର ବରିଷ୍ଠ ଅଧିକାରୀ ଶ୍ରୀ ଡି.ସୁନିଲ,ପୂର୍ବତଟ ରେଳପଥ ଅଧୀନରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ନୂତନ ଡିଆରଏମ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ଭୂମିକାରେ ତାଙ୍କର ପୂର୍ଣ୍ଣ ସମର୍ପଣ ଏବଂ ପ୍ରତିବଦ୍ଧତା ଆଣିଛନ୍ତି । ସମଗ୍ର ମଣ୍ଡଳ ପକ୍ଷରୁ ଶ୍ରୀ ସୁନିଲଙ୍କୁ ସୁସ୍ୱାଗତ ଜଣାଇବା ସହ ତାଙ୍କ ନେତୃତ୍ୱରେ ବିଭାଗ ଅଧିକ ସଫଳତା ଲାଭ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

ଶ୍ରୀ ସୁନିଲ୍ ପୂର୍ବରୁ ଦକ୍ଷିଣ ରେଳପଥରେ ମୁଖ୍ୟ ସିଗ୍ନାଲ୍ ଏବଂ ଦୂରସଂଚାର ଇଞ୍ଜିନିୟର(ନିର୍ମାଣ) ଏବଂ ମୁଖ୍ୟ ସିଗ୍ନାଲ୍ ଇଞ୍ଜିନିୟର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।ସେ କୋଚି ମେଟ୍ରୋ ରେଳ ଲିମିଟେଡ୍‌ରେ ଜେନେରାଲ୍ ମ୍ୟାନେଜର ଭାବେ ପ୍ରତିନିଯୁକ୍ତି (ଡେପୁଟେଶନ)ରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଥିଲେ ।

ଭାରତୀୟ ରେଳପଥ ଏବଂ ମେଟ୍ରୋ ରେଳ ଉଭୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ତାଙ୍କର ବ୍ୟାପକ ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ରହିଛି । ଖୋର୍ଦ୍ଧା ରୋଡ୍ ଡିଭିଜନର ନୂତନ ଡିଆରଏମ ଭାବରେ, ଶ୍ରୀ ସୁନିଲ ପୂର୍ବତଟ ରେଳପଥର ସବୁଠାରୁ ବ୍ୟସ୍ତବହୁଳ ଡିଭିଜନ ମଧ୍ୟରୁ ଗୋଟିଏ ଏହି ଡିଭିଜନରେ କାର୍ଯ୍ୟକ୍ଷମ ଦକ୍ଷତା, ଯାତ୍ରୀ ସୁବିଧା ଏବଂ ମାଲ ପରିବହନ ସେବାରେ ଆହୁରି ଉନ୍ନତି ଆଣିବେ ବୋଲି ଆଶା କରାଯାଉଛି ।

Exit mobile version