କୁଦିଆରୀ ମା’ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ

ଖୋରଧା ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା’ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଦ୍ୱିତୀୟ ଦିନରେ ପହଂଚିଛି।ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା ଙ୍କୁ ମହାସ୍ନାନ କରାଯାଇ ଚିତ୍ରକର ବିଜୟ କୁମାର ପଣ୍ଡା ଙ୍କ ଦ୍ୱାରା ବେଶ କରାଯାଇଥିଲା ।

ଆଜି ମା ବ୍ରହ୍ମଚାରିଣୀ ବେଶରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶନ ଦେଇଥିଲେ।ଷୋଡଶ ଉପଚାର ପୂଜା,ଶପ୍ତ ସତୀ ଚଣ୍ଡୀ ଆହୁତି, ଆରତୀ ଓ ପୁଷ୍ପାଞ୍ଜଳି ଦିଆଯାଇଥିଲା । ଚଳିତବର୍ଷ କର୍ତ୍ତା କର୍ତ୍ତୀ ଭାବେ ହରେକୃଷ୍ଣ ମଙ୍ଗରାଜ ଓ ଧର୍ମପତ୍ନୀ ରାନୁବାଳା ମଙ୍ଗରାଜ ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ହରିହର ଦାସ ଓ ଜ୍ଞାନରଞ୍ଜନ ଦାସ ଯଜ୍ଞ ଓ ଚଣ୍ଡୀପାଠ କରିଥିଲେ ।

ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା, ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ସଭାପତି ରାଧାମୋହନ ପଟ୍ଟନାୟକ, କୋଷାଧକ୍ଷ ଜିତେନ୍ଦ୍ର ଜେନା,ଅଶୋକ ଦାଶ,ପୂର୍ଣଚନ୍ଦ୍ର ସାହାଣୀ,ନିତ୍ୟ ସେବକ ସୁଶାନ୍ତ ସାହୁ,ଚର୍ଚ୍ଚିଲ ଦାସ , ଗଣେଶ ସ୍ୱାଇଁ,ପାପୁନି ଦାସ,ବିଶ୍ୱରଂଜନ ବୁଦ୍ଧିଆ ସାହୁ,ସାଇ ସ୍ପନ୍ଦନ ମହାନ୍ତି, ବିକାଶ ବେହେରା, ଜଗନ୍ନାଥ ବାରିକ ସମେତ ଗ୍ରାମବାସୀଙ୍କ ସହଯୋଗରେ ପରିଚାଳନା ହୋଇଥିଲା । ଆସନ୍ତା କାଲିର ବେଶ”ମା ଚନ୍ଦ୍ରଘଣ୍ଟା”।

Exit mobile version