ବିଶ୍ଵର କଲ୍ୟାଣ ପାଇଁ ସାଧୁସନ୍ଥମାନେ ଆଗେଇ ଆସନ୍ତୁ : ବାବା ଅଭିରାମ ସରସ୍ଵତୀ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଶ୍ଵର କଲ୍ୟାଣ ନିମନ୍ତେ ସାଧୁସନ୍ଥ, ଗୁଣୀଜ୍ଞାନୀ, ତଥା ମଠ ମନ୍ଦିରର ବାବାମାନେ ନିଜର ସ୍ବାର୍ଥ ଭୁଲି ମାନବ ସେବା କରିବା ଲାଗି ଆଗେଇ ଆସନ୍ତୁ ବୋଲି ବାବା ଅଭିରାମ ସରସ୍ଵତୀ ମତ ବ୍ୟକ୍ତ କରିଛନ୍ତି । କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଳକର , ଅଥଙ୍ଗା- ଅଲଣା ଠାରେ ୫ ଦିନ ବ୍ୟାପୀ ବାବା ଅଭିରାମ ସରସ୍ଵତୀଙ୍କ ପୌରୋହିତ୍ୟରେ ଚାଲିଥିବା ଶ୍ରୀ ଶ୍ରୀ ଅନନ୍ତେଶ୍ୱର ବିଶ୍ବଶାନ୍ତି ମହାଯଜ୍ଞରେ ସାଧୁସମ୍ମିଳନୀ, ବସ୍ତ୍ରଦାନ, ଅନ୍ନପ୍ରସାଦ ଦାନ,୧ ଲକ୍ଷ ୧ ହଜାର ୧୦୮ ଶିବ ଲିଙ୍ଗ ସ୍ଥାପନ, ବେଲ, ଆମ୍ବ,ବୃକ୍ଷ ବଣ୍ଟନ, ଆଦି ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ କରାଯାଇଛି ।

ଏହି ଯଜ୍ଞରେ ରାଜ୍ଯ ତଥା ରାଜ୍ଯ ବାହାରୁ ବହୁ ସାଧୁ ସନ୍ଥ, ଗୁଣିଜନ, ବିଭିନ୍ନ ମଠ ମନ୍ଦିରର ବାବାମାନେ ଯୋଗ ଦେଇ ଦେଶ ଦେଶ ଭିତରେ ଦେଖା ଦେଇଥିବା ଯୁଦ୍ଧର ଭୟଙ୍କର କରାଳ ଦୃଶ୍ୟ ସମେତ ଭବିଷ୍ୟତ ପାଇଁ ଆଗକକୁ ଆସୁଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ କିପରି ମାନବ ସମାଜକୁ ରକ୍ଷା କରାଯିବ ସେଥି ପାଇଁ ଯଜ୍ଞରେ ଉପସ୍ଥିତ ଥିବା ସାଧୁମାନେ ପ୍ରାର୍ଥନା କରିଥିଲେ ।

ପୁର୍ଣ୍ଣ ତୋୟା ଅବଖିପ୍ତ ପ୍ରାଚୀ ନଦୀର ସୁରକ୍ଷା, ଏହାର ପୁନଃଉଦ୍ଧାର ପାଇଁ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି, ଏହି ସର୍ଵପୁରାତନ ପ୍ରାଚୀ ନଦୀ କୂଳେ କୂଳେ ରହିଛି ଦକ୍ଷିଣେଶ୍ୱର, ଅନ୍ଧ କପିଳେଶ୍ୱର, ଗୋକର୍ନେଶ୍ୱର୍, ତ୍ରିବେନିଶ୍ୱର୍, ସୋଭନେଶ୍ୱର, ରାମେଶ୍ୱର, ଆଦି ଅଷ୍ଟ ସମ୍ବୁ ମନ୍ଦୀର, ଏହା ଏବେ ଲୋକ ଲୋଚନକୁ ଆସି ପାରୁ ନାହିଁ, ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ବାବା ଅଭିରାମ ସରସ୍ଵତୀ ଆହ୍ବାନ ଦେଇଛନ୍ତି । ଏହି ଯଜ୍ଞରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ବାବାଙ୍କର କୃପା ଲାଭ କରିଥିଲେ।

ଯଜ୍ଞ ଉପଲକ୍ଷେ ଦିବା ରାତି ନାମ ସଂକ୍ରିତନ, ଘଣ୍ଟଧୋନି, ବିଶିଷ୍ଟ ଭଜନ ଗାୟକ ଶ୍ରୀଚରଣ ମହାନ୍ତି, ଓ ବିଶିଷ୍ଟ ଗାୟିକା ଦିପ୍ତିମୟୀ ଦାସଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବଡ ଆଶ୍ଚର୍ଯ୍ୟ କଥା ୨ ଦିନ ତଳେ ଯଜ୍ଞର ଚତ୍ରୁପାର୍ଶୋରେ ପ୍ରଚଣ୍ଡ ବର୍ଷା ହେବା ସାଙ୍ଗକୁ ପବନ ବୋହୁଥିବାବେଳେ ଯଜ୍ଞସ୍ଥାନରେ ପବନ କିମ୍ବା ବର୍ଷା ଟିଏ ହୋଇ ନ ଥିଲା ଏହି ଘଟଣା କୁ ଦେଖି ଲୋକଙ୍କ ମନରେ ବାବାଙ୍କ ପ୍ରତି ଭକ୍ତିଭାବ ସୃଷ୍ଠି କରିଛି ।

Exit mobile version