ଚାନ୍ଦପୁର କନ୍ଧ ନୟା ଗଡ଼ ବିକାଶ ମଞ୍ଚ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସହିତ ପାଳିଲେ ପଖାଳ ଦିବସ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ବେଛାସେବୀ ସଂଗଠନ ଚାନ୍ଦପୁର କନ୍ଧ ନୟା ଗଡ଼ ବିକାଶ ମଞ୍ଚ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସହିତ କେରଣ୍ଡା ଟାଙ୍ଗୀ ପଂଚାୟତ ର ଉପେନ୍ଦ୍ରପୁର ବାଘ ମରା ବନ୍ଧ ନିକଟସ୍ଥ ଶାଗୁଆନ ବଗିଚାରେ ଉଭୟ ସଂଗଠନର ସଭ୍ୟ ମାନେ ନିଜେ ନିଜେ ରନ୍ଧା ରନ୍ଧି କରି ପଖାଳ ଦିବସ ପାଳନର ମଜା ଉଠାଇଥିଲେ ।

ସଜ ପଖାଳରେ ଦହି, କଞ୍ଚା ଲଙ୍କା ଓ ପୋଦିନା ପତ୍ର ମିଶାଇ ଏହାକୁ ରୁଚିକର କରାଯାଇଥିଲା।ଏହା ସହିତ ମାଛ ଭଜା, ଚିଙ୍ଗୁଡ଼ି ଭଜା,ଶାଗ ଭଜା ବଡି ଚୁରା, ଆଲୁବାଇଗଣ ଟମାଟୋ ଭରତା ଓ ପଣସ ପକୋଡ଼ା ଇତ୍ୟାଦି ଅତ୍ୟନ୍ତ ସୁସ୍ୱାଦୁ ହୋଇଥିଲା । ଜଙ୍ଗଲ ପରିବେଶ ମଧ୍ୟରେ ଖୋଲା ପବନରେ ତଳେ ବସି ସମସ୍ତେ ହସଖୁସିରେ ପଖାଳ ଖାଇଥିଲେ ।

ବିକାଶ ମଞ୍ଚର ଅଜୟ ମହାନ୍ତି, ଦେବରାଜ ପରିଡା, ପ୍ରଶାନ୍ତ ଦାସ, ସୁଧୀର କୁମାର ବେହେରା ଓ ମାନସକୁମାର ସାହୁ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ପଦ୍ମନାଭ ବିଶ୍ୱାଳ, ମନୋଜ କୁମାର ପଟନାୟକ, ଦାମୋଦର ସାହୁ, ପ୍ରଦୀପ କୁମାର ମହାପାତ୍ର, ରଜନୀକାନ୍ତ ମିଶ୍ର ଓ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Exit mobile version