ବୋଲଗଡ ଦ୍ଵାଦଶତମ ଅମୃତ ଉତ୍ସବ ୨୦୨୬ ଉଦଘାଟିତ

ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ସ୍ଥାନୀୟ ପନ୍ଦରଦୋଳ ପଡ଼ିଆରେ ୧୨ବର୍ଷ ଧରି ଆରମ୍ଭ ହେଉଥିବା ଅମୃତ ଉତ୍ସବ ୨୦୨୬ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପୃଥିବୀ ବାଲ୍ଧବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୁନାଲି ସାହୁ ,

ବୋଲଗଡ ଅଗ୍ନିଶ୍ରମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ , ଆଇନଜୀଵୀ ଚିତ୍ତ ରଞ୍ଜନ ପରିଡ଼ା , ଆଇନିଜିବୀ ସୁଶ୍ରୀ ଗୌରୀ ଦେବୀ , ସମାଜସେବୀ ରମେଶ ଚନ୍ଦ୍ର ପଟ୍ଟନାୟକ , ରାଧେଶ୍ୟାମ ରାୟଗୁରୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସଙ୍ଗୀତଜ୍ଞ ସୁମନ୍ତ କୁମାର ଦାସ , ବରିଷ୍ଠ ନାଟ୍ୟକାର ହାଡିବନ୍ଧୁ ଦତ୍ତ , ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଦାଶ , ପ୍ରସନ୍ନ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ଚୌଧୁରୀ , ମନୋରଞ୍ଜନ ମିଶ୍ର , ରାଜେନ୍ଦ୍ର କୁମାର ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ମନୋରମ ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରାୟୋଜିତ ଲୋଇସିଙ୍ଗାର ସଙ୍ଗୀତ ସାଧନା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ , କଟକ ସୁରମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ , ପାର୍ଥାନା ଚ୍ୟାନେଲ ବିଜେତା ସାଇ ସୌମ୍ୟକାନ୍ତ ନୃତ୍ୟ , ଭୁବନେଶ୍ୱର ମଦନ ମୋହନ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିବା ବେଳେ ଅବିନାଶ ସୁବୁଦ୍ଧି , ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଅମୃତ ଉତ୍ସବ କମିଟିର ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version