ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରରେ ବିଶ୍ଵଶାନ୍ତି ମହାଜଜ୍ଞ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିରିଡି ବ୍ଲକ ଅନ୍ତର୍ଗତ ରାୟ ରଘୁନାଥପୁର ଶାସନ କୁଳସାହି ଚାଷୀଖଣ୍ଡ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ନିକଟରେ ବିଶ୍ଵଶାନ୍ତି ମହାଜଜ୍ଞ ସୋମବାର ଠାରୁ ଆରମ୍ଭ ହୋଇ ଶନିବାର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି l ଏହି ଯଜ୍ଞ ରେ ଗ୍ରାମବାସୀ ଙ୍କ ମଙ୍ଗଳ କାମନା ସହ ଦେଶର ମଙ୍ଗଳ କାମନା କରାଯାଇଥିଲା l

ବିଶେଷକରି ସୋମବାର ଶୁଭାଧିବାସ ଅଙ୍କୁରାରୋପଣ, ମଙ୍ଗଳବାର ଜଳଯାତ୍ରା, ସର୍ବଦେବାଦେବୀ ପୂଜା ଓ ଅଗ୍ନ୍ନି ସ୍ଥାପନ, ବୁଧବାର ମଣ୍ଡଳlଦୀ ପୂଜା, ବିଷ୍ଣୁ ସହସ୍ରନାମ, ସୂର୍ଯ୍ୟ ସହସ୍ର ନାମ, ଗୁରୁବାର ସପ୍ତସତି ଚଣ୍ଡୀ, ନୃସିଂହ ସହସ୍ର ନାମ, ଶୁକ୍ରବାର ମଣ୍ଡଳlଦୀ ପୂଜା, ସତରୁଦ୍ର, ଶିବ ସହସ୍ରନାମ,

ଗୋପୂଜା, ଶନିବାର ଅଷ୍ଟଶମ୍ଭୁ ଙ୍କ ଜନ୍ମତ୍ସବ, ଗୋପୀନାଥଙ୍କ ମନ୍ଦିର ପ୍ରବେଶ, ଭଗବତ ଗୀତା ପ୍ରତିମନ୍ତ୍ରରେ ହବନ ଓ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା l ଏହିସବୁ କାର୍ଯ୍ୟ ଗ୍ରାମର ଚନ୍ଦ୍ରଶେଖର ଦାଶ, ଶୁଭେନ୍ଦୁ ଶେଖର ଦାଶ, ରଶ୍ମି ରଞ୍ଜନ ଦାଶ, ଲିଟନ ଦାଶ, ଅଟଳ କୁମାର ଦାଶ, ଙ୍କ ସହ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ସାହାଯ୍ୟ ସହଯୋଗ କରିଥିଲେ l

Exit mobile version