ବିରିଡି ବ୍ଲକରେ ଇଦ ପର୍ବ ପାଳିତ

ଜଗତସିଂହପୁର  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିରିଡି ବ୍ଲକ ର ପ୍ରତ୍ୟେକ ମୁସଲମାନ ବସ୍ତିରେ ଥିବା ମସଜିଦ ମାନଙ୍କରେ ଶନିବାର ଇଦ ପର୍ବ ପାଳିତ ହୋଇଯାଇଛି l ମହାପୁରୁଷ ମହମ୍ମଦ ଙ୍କ ଦ୍ୱାରା ଏହି ମାସରେ କୋରାନ ସମ୍ପୂର୍ଣ୍ଣ କରାଯାଇ ଥିଲା l ତାଙ୍କର ଆଦେଶ ଅନୁସାରେ ସାରା ମାସଟି ମୁସଲମାନ ଭାଇ ଭଉଣୀ ମାନେ ରୋଜା ରଖନ୍ତି l ଦିନସାରା ଉପବାସ ରହି ସନ୍ଧ୍ୟାରେ ରୋଜା ଫିଟାଇ ଖାଦ୍ୟ ପାନୀୟ ଗ୍ରହଣ କରନ୍ତି l କାରଣ ଇନ୍ଦ୍ରିୟ ମାନଙ୍କୁ ଆୟତରେ ରଖାଯାଇ ଥାଏ ବୋଲି ଭବାନୀପୁର ଗ୍ରାମର ଆୟୁବ ସାହା ପ୍ରକାଶ କରିଛନ୍ତି l

ମାନବ ଜାତି ତା ଜୀବନରେ ଯଦି କିଛି ଭୁଲ କରିଥାଏ ଏହି ଧାରାରେ ଭଗବାନ ଙ୍କ ପାଖରେ କ୍ଷମା ପ୍ରାର୍ଥନା କରି କୁହନ୍ତି ଏ ସଂସାରରେ ମାନବ ଜାତିକୁ ଭଲ ପଥ ଦେଖାଅ l ଏକ ମାସଜାକ ଭଗବାନଙ୍କ ପାଖରେ ଏହି କାମନା କରିଥାନ୍ତି l ଶନିବାର ମୁସଲମାନ ଭାଇମାନେ ନିଜନିଜ ମସଜିଦରେ ଏକତ୍ରିତ ହୋଇ ଇଦ ନମାଜ ପାଠ କରିଥିଲେ l ନମାଜ ପରେ ପରସ୍ପର କୁ ଅଭିନନ୍ଦନ ଜଣାଇ ଆଲିଙ୍ଗନ କରି ସମସ୍ତେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ l

ଏହି ଇଦ ପର୍ବ ବିରିଡି ବ୍ଲକର ହାଜିପୁର, ଭବାନୀପୁର, ବେତମାଳିଆ, ତାଞ୍ଚନା, ଅଢଙ୍ଗ ଗଡ଼, ଅମୁଲ ସାହି, ବରାହପୁର, ତଳପlଟକ, ନୂଆଢନା ଆଦି ମୁସଲମାନ ବସ୍ତି ମାନଙ୍କରେ ପାଳନ କରାଯାଇ ଥିଲା ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପ୍ରତି ମସଜିଦରେ ପୋଲିସ ମୁତୟନ କରାଯାଇଥିଲା l ଏହି ପର୍ବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବାରୁ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସ୍ବର୍ଗତ ମୀର ଆଜମୀର ଅଲ୍ଲୀଙ୍କ ପୁତ୍ର ମୀର ଅଖମଲ ଅଲ୍ଲୀ ସବୁ ମୁସଲମାନ ଭାଇଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

Exit mobile version