ଆଇଓସିଏଲ ପାଇପଲାଇନ୍ସ ପକ୍ଷରୁ ମକ୍ ଡ୍ରିଲ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଇଣ୍ଡିୟାନ ଅଏଲ କର୍ପୋରେସନ ଲିମିଟେଡ଼, ପାଇପ ଲାଇନ ବିଭାଗ ଓ ଜିଲା ପ୍ରଶାସନ ମିଳିତ ସହଯୋଗରେ ଗୁରୁବାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣ ପୁର କାକଲମା ପଡ଼ିଆରେ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ତେବେଏହା ଗ୍ରାମାଞ୍ଚଳରେ ଜନସାଧାରଣ ମାନଙ୍କୁ ସଚେତନ କରାଇବା ଏହି ମକ୍ ଡ୍ରିଲର ଲକ୍ଷ୍ୟ ବୋଲି ଆଇଓସିଏଲ କମ୍ପାନୀ ପକ୍ଷରୁ କୁହାଯାଇଛି । ଆଇଓସିଏଲ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଇପ ଲାଇନ ବିଛା ଯାଇଛି ।

ତେବେ ଯଦି ସେହି ପାଇପ ଲାଇନ କୌଣସି ସ୍ଥାନରେ ଲିକେଜ କରେ ବା ନିଆଁ ଲାଗେ ତେବେ ସେସବୁକୁ କିପରି ଆୟତ୍ତ କରାଯାଇ ପାରିବ ଓ କୌଣସି ଧନଜୀବନ ନଷ୍ଟ ନହେବ ସେଥିପାଇଁ ଆଇଓସିଏଲ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା ଅଗ୍ନିଶମ ବିଭାଗ, ଓଡ୍ରାଫ୍ଟ ଓ ଆଇଓସିଏଲ କର୍ମଚାରୀ ମାନେ ଅଂଶ ଗ୍ରହଣ କରିବା ସହିତ ମକ୍ ଡ୍ରିଲ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ ।

ତେବେ ଯେ କୌଣସି ସ୍ଥାନରେ ଯଦି କୌଣସି ଅସୁବିଧା ହୁଏ ପାଇପ ଚୋରି, ତେଲ ଲିକ ବା ପାଇପ କ୍ଷତି ହୁଏ ତେବେ ତୁରନ୍ତ କମ୍ପାନୀ କୁ ଖବର ଦେବା ସହିତ ନିଜେ ସତର୍କ ରହିବାକୁ କମ୍ପାନୀ ପକ୍ଷରୁ ପରାମର୍ଶ ଦେଇଥିଲେ । ଏହା ସହିତ ଗ୍ରାମାଞ୍ଚଳ ଜନସାଧାରଣ ମାନଙ୍କୁ ସଚେତନ କରାଇବା ଏବଂ ପ୍ରଶାସନ ଓ କମ୍ପାନୀର କର୍ମଚାରୀ ପ୍ରସୂତି ରହିବା ଏହି ମକଡ୍ରିଲର ମୁଖ୍ୟ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଯାହାଦ୍ୱାରା ବିପଦ ସମୟରେ କ୍ଷୟ କ୍ଷତି କୁ ରୋକାଯାଇ ପାରିବ l ଏଥିରେ ମୁଖ୍ୟ ଅତିଥି ଡେପୁଟି କଲେକ୍ଟର ନୟାଗଡ,ଡିପିଓ ନୟାଗଡ, ଡାକ୍ତର ଦେବାଶିଷ ପରିଡା, ରଣପୁର ଅଗ୍ନିଶମ ବିଭାଗ ସୋମ୍ୟରଞ୍ଜନ ସେଠି, ଗଦାଧର ନାୟକ, ସ୍ଥାନୀୟସରପଞ୍ଚ ଓ ସମିତି ସଭ୍ୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ପରିଚାଳକ ଭି ସୁଧାକର ଭେଉରୀ, ପୋଲିସ୍ ଅଧିକାରୀ ଦୁର୍ଯ୍ୟଧନ ପଲେଇ ଉପସ୍ଥିତ ରହି ଥିଲେ ।

Exit mobile version