ରାଜସୁନାଖଳା ଅଞ୍ଚଳରେ ଚାଲିଛି ପଲିଥୁନର ଅବାଧ କାରବାର  

ରଣପୁର ୧୮/୩ ( ଓଡିଶା ତାଜା ନ୍ୟୂଜ ) :-  ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପଲିଥନର ଅବାଧ କାରବାର ଚାଲିଥ‌ିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ପଲିଥନ ବ୍ୟବହାର ଉପରେ କଟକଣା ଜାରି କରିଥିବା ସତ୍ତ୍ୱେ ଦୋକାନ ବଜାରରେ ଏହାର ବହୁଳ ବ୍ୟବହାର ହେଉଥ‌ିବା ଦେଖ‌ିବାକୁ ମିଳୁଛି।ବ୍ୟବହାର ପରେ ଲୋକେ ପଲିଥୁନକୁ ବଜାର ଘାଟରେ ଏତେତେଣେ ଫୋପାଡ଼ି ଦେଉଥ‌ିବାରୁ ସେଗୁଡ଼ିକ ନାଳରେ ପଡ଼ି ଜାମ୍ ହେବା ସହିତ ନର୍ଦମା ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି ।

ଜନସାଧାରଣ ସିଧାସଳଖ ସରକାରୀ ଆଇନ ମାନୁ ନଥ‌ିବାରୁ ପରିସ୍ଥିତି ଅଣାୟତ୍ତ ହେଉଛି। ଏହାଦ୍ବାରା ମାଟି ଉର୍ବରତା ନଷ୍ଠ ହେବା ସହିତ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ପଲିଥିନ୍ ନିର୍ମାତା କମ୍ପାନୀ କ୍ରିଣ୍ଟାଲ କ୍ୱିଣ୍ଟାଲ ପଲିଥୁନ୍ ବଜାରକୁ ଛାଡୁଥ‌ିବାବେଳେ ପ୍ରାୟତଃ ସବୁ ସରକାରୀ କଟକଣାକୁ ଉପେକ୍ଷା ବର୍ଗର ବ୍ୟବସାୟୀ ଗ୍ରାହକଙ୍କୁ ଜିନିଷ ହସ୍ତାନ୍ତର କଲାବେଳେ ପଲିଥିନରେ ଭର୍ତ୍ତି କରି ଦେଉଛନ୍ତି । ହୋଟେଲ୍,ରେଷ୍ଟୁରାଣ୍ଟ, ଜଳଖୁଆ ଦୋକାନ,ପରିବା ଦୋକାନ, ତେଜରାତି ଦୋକାନ ଆଦିରେ ବ୍ୟବସାୟୀମାନେ ଗ୍ରାହକଙ୍କୁ ପଲିଥନ୍ ପ୍ୟାକ୍ କରି ସାମଗ୍ରୀ ଦେଉଛନ୍ତି ।

ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ପଲିଥୁନ୍ ପ୍ୟାକରେ ପ୍ରାୟତଃ ସବୁ କିସମର ଖାଦ୍ୟପଦାର୍ଥ ଭର୍ତ୍ତି କରି ବଜାରକୁ ଛାଡ଼ି ଥ‌ିବାରୁ ସମସ୍ତ ବ୍ୟବହାର୍ଯ୍ୟ ଖାଦ୍ୟପଦାର୍ଥ ପଲିଥନରେ ମିଳୁଛି । ଖାଦ୍ୟ ପଦାର୍ଥ ଲାଗିଥିବା ପଲିଥୁନ ଗୋରୁଗାଈ, ବୁଲା କୁକୁର ଖାଇ ଅନେକ ସମୟରେ ପ୍ରାଣ ହରାଉଛନ୍ତି । ବର୍ତ୍ତମାନ ବିବାହ, ବ୍ରତ ଓ ସାମାଜିକ କାର୍ଯ୍ୟରେ ପଲିଥୁନ ବ୍ୟବହାର କରାଯାଇ ଖଲି, ଠୁଙ୍ଗା ବ୍ୟବହାର କରାଯାଉଛି । ଜନସାଧାରଣ ସେସବୁକୁ ରାସ୍ତାରେ ଫୋପାଡ଼ି ଦେଉଥ‌ିବାରୁ ରାସ୍ତା କଡ଼ରେ କୁଢ଼କୁଢ଼ ପଲିଥୁନ ଗଦା ହୋଇ ପଡ଼ିରହୁଛି ।

ପଲିଥୁନରେ ପାଣି ଓ ଥଣ୍ଡା ପାନୀୟ ମିଳୁଥିବାରୁ ଗ୍ରାହକ ଏହାକୁ ବ୍ୟବହାର କରି ରାସ୍ତାରେ ଫୋପାଡ଼ି ଦେଉଛନ୍ତି ।ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଜଳ, ମାଟି,ପଲିଥୁନ ଯୋଗୁଁ ପ୍ରଦୂଷିତ ହେଉଛି ଓ ଅନେକ ଦୁଃସାଧ ରୋଗର କାରଣ ହେଉଛି । ସରକାର ପଲିଥୁନ୍ ମୁକ୍ତ ସମାଜ ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବା ସହ ଆଇନପ୍ରଣୟନ କରୁଥିଲେ ହେଁ ଠିକ୍ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଦିନକୁ ଦିନ ପରିସ୍ଥିତି ଅସମ୍ଭାଳ ହେଉଛି ।

ଏହି ସ୍ଥିତି ଚାଲୁ ରହିଲେ ଭବିଷ୍ୟତ ବଂଶଧର ଏହାଦ୍ବାରା ନିଶ୍ଚିତ କ୍ଷତିଗ୍ରସ୍ତ ହେବେ ସେଥୁରେ କୌଣସି ଦ୍ବିମତ ନାହିଁ । ତେଣୁ ରାଜସୁନାଖଳା ଅଞ୍ଚଳରେ ପଲିଥନ୍ ବ୍ୟବହାର ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏଥି ପ୍ରତି ଶୀଘ୍ର ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସୁନାଖଳା ଫ୍ରେଣ୍ଡସ କ୍ଳବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅନୁରୋଧ କରିଅଛନ୍ତି ।

Exit mobile version