ମା’ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଉଦଘାଟିତ

ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି, ଏହା ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବl ଆଜି ଦିନ ୧୧ ଟାରେ ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ ପୂର୍ବକ ରାଜ ପୁଷ୍କରଣୀ ମାଝଣା ରୂ ଜଳପୁର୍ଣ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନା କରାଯାଇଥିଲା l

ପ୍ରତ୍ୟକ ଦିନ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା’ଙ୍କୁ ମହାସ୍ନାନ ପରେ ବେଶ କରାଯିବ । ଆଜି ମା ଶୈଳପୁତ୍ରୀ ବେଶରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶନ ଦେଇଥିଲେ। ଷୋଡଶ ଉପଚାର ପୂଜା,ଶପ୍ତ ସତୀ ଚଣ୍ଡୀ ଆହୁତି, ଆରତୀ ଓ ପୁଷ୍ପାଞ୍ଜଳି ଦିଆଯାଇଥିଲା । ଚଳିତବର୍ଷ କର୍ତ୍ତା କର୍ତ୍ତୀ ଭାବେ ହରେକୃଷ୍ଣ ମଙ୍ଗରାଜ ଧର୍ମପତ୍ନୀ ରାନୁବାଳାଙ୍କୁ ଚୟନ କରାଯାଇଥିଲା ।

ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା, ସଭାପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ଅଶୋକ ଦାଶ, ଭାଗିରଥି ପ୍ରଧାନ, ପୂର୍ଣଚନ୍ଦ୍ର ସାହାଣୀ, ଜିତେନ୍ଦ୍ର ଜେନା, ପବିତ୍ର ମୋହନ ରାଣସିଂହ, ବାରିଷ୍ଟର ସୁରେଶ ମିଶ୍ର, ଚନ୍ଦ୍ରଶେଖର ପଣ୍ଡା ନିତ୍ୟ ସେବକ,ସତୀଶ ପରିଡା,ସାହିଲ ସାହାଣୀ, ବିଶ୍ୱରଂଜନ ସାହୁ, ବିକାଶ ବେହେରା, ଜଗନ୍ନାଥ ବାରିକ ସମେତ ଗ୍ରାମବାସୀ ଙ୍କ ସହଯୋଗରେ ପରିଚାଳନା ହୋଇଥିଲା ।

Exit mobile version