ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଦ୍ୱିତୀୟ ମଙ୍ଗଳବାର ରେ ମା’ପାଟଖଣ୍ଡା ସେବତୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ସମଗ୍ର କନ୍ଧମାଳ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ମା ‘ଙ୍କ ଦର୍ଶନ କରିଥିଲେ |

ପ୍ରତ୍ୟୁଷରୁ ମା’ ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା’ଙ୍କ ଏହି ସେବତୀ ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ |

କିଛି ଭକ୍ତଙ୍କ ଛୁଆ ମାନଙ୍କୁ ଏହି ଯାତ୍ରାରେ ଚୁଟି ମଣ୍ଡନ କରିଥିବା ଦେଖିବାକୁ ମିଳିଥିଲା l ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟି ର ସମସ୍ତ ସଦସ୍ୟ, ପୂଜକ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Exit mobile version