ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ରାଜ୍ୟ ମହିଳା ଆୟୋଗ ତରଫରୁ ସ୍ଥାନୀୟ ମା କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଓ ବାଲିପାଟଣା ଶିଶୁ ବିକାଶ ଅଧିକାରୀଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ କହିଲେଯେ ନାରୀ ନିଜର ଆତ୍ମ ମର୍ଯ୍ୟାଦା ଓ ଆର୍ଥିକ ସ୍ବଚ୍ଛଳତା ପାଇଁ କାର୍ଯ୍ୟ କରିବା ଦରକାର ।

ବିନମ୍ରତା ର ସହିତ ଆତ୍ମସମ୍ମାନ ଲାଭ କରି ଆମକୁ ଆମର ଅଧିକାର ପାଇଁ ଯୋଗ୍ୟ କରିବାକୁ ହେବ।ସମଗ୍ର ଦେଶ ମହିଳା ମାନଙ୍କ ଠାରୁ ବହୁତ ଆଶା ରଖିଛି। ଆମକୁ ଆମର ଦକ୍ଷତା ପ୍ରମାଣିତ କରିବାକୁ ହେବ। ମୁଖ୍ୟ ବକ୍ତା ରାଜ୍ୟ ମହିଳା ଆୟୋଗ ସଭ୍ୟା ଉର୍ମିଳା ମହାପାତ୍ର ଆୟୋଗ ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ମହିଳା ଆୟୋଗ ସଭ୍ୟା ମାନସୀ ପାଢ଼ୀ,

ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ କୁସୁମ ପ୍ରହରାଜ,ବାଲିପାଟଣା ତହସିଲଦାର କଳ୍ପନା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସୁରକ୍ଷା ପାଇଁ ବିଭିନ୍ନ ସରକାରୀ ପଦକ୍ଷେପ ସମ୍ପର୍କରେ ତଥ୍ଯ ରଖିଥିଲେ । ପ୍ରାରମ୍ଭରେ ବ୍ଲକ ଶିଶୁ ବିକାଶ ଅଧିକାରୀ ରୁନୁବାଳା ସାହୁ ଅତିଥିଙ୍କୁ ସ୍ବାଗତ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ବିଭିନ୍ନ ବର୍ଗର ମହିଳା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସଫଳ କରିଥିଲେ ।

Exit mobile version