କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ : ଜବତ ହେଲା ବିପୁଳ ପରିମାଣର ଅଫିମ, ଗଞ୍ଜେଇ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକର ଦୁଇଟି ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଗଞ୍ଜେଇ ଓ ଅଫିମ ଜବତ କରାଯାଇଛି । ଅଧୂକ୍ଷକ ଶ୍ରୀ ତିୱାରୀଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ବରେ ଏକ

ଦଳ କଟକର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗାନ୍ଧୀପଲ୍ଲୀ ଠାରେ ଅଚାନକ ଚଢ଼ାଉ କରି ୮ କି.ଗ୍ରା ର ଅଫିମ ଫଳ ଯାହାର ଆନୁମାନିକ ମୂଲ୍ୟ ଟ.୧,୨୦,୦୦୦/ଙ୍କା ଜବତ କରିବା ସହ ଏହି ବ୍ୟବସାୟ ରେ ଲିପ୍ତ ଗାନ୍ଧୀ ପଲ୍ଲୀର ୬୧ ବର୍ଷ ବୟସ ଶ୍ରୀ କୈଳାସ ଚନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଅବକାରୀ ଆଇନ ୧୯୮୫ ର ଧାରା ୧୫(ବି) ଅନୁଯାୟୀ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି l

ଅନୁରୁପ ଢଙ୍ଗରେ ଏହି ଦଳ ବିଡ଼ାନାସୀ ଥାନା ଅନ୍ତର୍ଗତ ବିଡ଼ାନାସୀ ନୂଆସାହି ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରୁ ନୂଆସାହିର ୫୭ ବର୍ଷ ବୟସ୍କ ଶ୍ରୀ ରାଜକୁମାର ଦାସଙ୍କ ଠାରୁ ଚୋରାରେ ବିକ୍ରି ଲାଗି ରଖି ଥୂବା ୨.୫୦୦ କି.ଗ୍ରା ର ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ଟ.୨୫,୦୦୦/- ଜବତ କରିବା ସହ ଚୋରା ଗଞ୍ଜେଇ ବେପାରୀ ଶ୍ରୀ ଦାସଙ୍କୁ ଓଡ଼ିଶା ଅବକାରୀ ଆଇନ ୧୯୮୫ ର ଧାରା ୨୦(ବି) ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଏହି ଚଢାଉ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଅବକାରୀ ବିଭାଗର ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ର ସହକାରୀ-ନିରୀକ୍ଷକ ଶ୍ରୀ ଅକ୍ଷୟ କୁମାର ଜେନା,ଉପ ସହକାରୀ ନିରୀକ୍ଷକ ଶ୍ରୀ ଜୟପ୍ରକାଶ ବେଉରିଆ, ଅବକାରୀ କନେଷ୍ଟବଳ ଶ୍ରୀ ଅଜୟ କୁମାର ଜେନା, ଶ୍ରୀ ଦେବବ୍ରତ ଓଝା, ଶ୍ରୀ ପୂର୍ଣ୍ଣେଶ୍ବର ମାଝୀ, ଶ୍ରୀ ଶଙ୍କର ସିଂ ଓ ମହିଳା କନେଷ୍ଟବଳ ସୁଶ୍ରୀ ମୋନାଲିସା କର ସାମିଲ୍ ହୋଇଥିଲେ । ଆଗାମୀ ଦିନରେ ଏହି ଚଢାଉ ବ୍ୟାପକ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Exit mobile version