ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋରଧା ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଭାରତୀୟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ତଥା ଭାରତୀୟ ରେଳବାଇ ବୈଦ୍ୟୁତିକ ଇଞ୍ଜିନିୟରିଂ ସେବା (ଆଇଆରଏସଇଇ)ସଦସ୍ୟ ଶ୍ରୀ ପି.କେ. ବେହେରାଙ୍କୁ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡି ଆର୍ ଏମ) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ବେହେରା ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) (ଏଡିଆରଏମ/ଓପି)ଭାବେ କାର୍ଯ୍ୟରତ ଅଛନ୍ତି ।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହିତ ଖୋର୍ଦ୍ଧାରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍-ଚାର୍ଜ) ଭାବେ କାର୍ଯ୍ୟ ନିର୍ବାହ କରିବେ । ଭାରତୀୟ ରେଳବାଇରେ ଶ୍ରୀ ବେହେରାଙ୍କର ଦୀର୍ଘ ଦିନର ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ରହିଛି । ପୂର୍ବତଟ ରେଳପଥର ଏହି ଗୁରୁତ୍ୱପୂର୍ଣ୍ଣ ମଣ୍ଡଳର ସମସ୍ତ କାର୍ଯ୍ୟ ଏହା ଦ୍ୱାରା ଅଧିକ ତ୍ୱରାନ୍ୱିତ ହୋଇପାରିବ ।

Exit mobile version