ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଭୁବନେଶ୍ଵର(ଓଡ଼ିଶା ତାଜା ନିଉଜ)ନି ପ୍ର:- କନ୍ଧମାଳ ଜିଲ୍ଲା ଭଏସ ଅଫ ମିଡ଼ିଆର ଏକ ସାଧାରଣ ପରିଷଦ ବୈଠକ ଫୁଲବାଣୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଗୋପାଳକୃଷ୍ଣ ପଟ୍ଟନାୟକ ଓ ଫିଲମୋହନ ନାୟକ ସଦସ୍ୟଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଭଏସ ଅଫ ମିଡ଼ିଆର ସଦସ୍ୟ ସଂନ୍ତୋଷ କୁମାର ଦିଗାଲଙ୍କୁ ରାଜ୍ୟ ସଂଗଠନରେ କାର୍ଯ୍ୟକାରୀ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବାରୁ ଜିଲ୍ଲା ପକ୍ଷରୁ ଏହି ବୈଠକରେ ତାଙ୍କୁ ସ୍ୱାଗତ କରାଯାଇଥିଲା।

ଏହା ସହ ବୈଠକରେ କିଛି ଜିଲ୍ଲାର ସଂଗଠନ ନେଇ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିଲା। ସଂଗଠନର ସମ୍ପାଦକ ଅଜିତ ମହାରଣା ବହୁଦିନ ଧରି ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ସମ୍ପାଦକ ଦାଇତ୍ଵ ତୁଲାଇବା ପାଇଁ ଅକ୍ଷମତା ପ୍ରକାଶ କରି ସଂଗଠନକୁ ଜଣାଇଥିଲେ, ସଂଗଠନରେ ଆଲୋଚନା କରାଯାଇ ତାଙ୍କୁ ସମ୍ପାଦକ ଦାଇତ୍ଵରୁ ମୁକ୍ତ କରାଯାଇ, ବରିଷ୍ଠତା ଓ ଅଭିଜ୍ଞତା ଆଧାରରେ କାର୍ଯ୍ୟକାରୀ ସଭାପତି ରୂପେ ଦାଇତ୍ଵ ପ୍ରଦାନ କରାଗଲା ଓ ସହ ସମ୍ପାଦକ ରମେଶ ପ୍ରଧାନଙ୍କୁ ସମ୍ପାଦକ ଭାବେ ମନୋନୀତ କରାଗଲା,ସହ ସମ୍ପାଦକ ଭାବେ ଯୁବ ସାମ୍ବାଦିକ ସୁଧୀର ମହାରଣାଙ୍କୁ ଦାଇତ୍ଵ ପ୍ରଦାନ କରାଗଲା।

ସେହିଭଳି ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ଆଦିତ୍ୟ ତ୍ରିପାଠୀଙ୍କୁ ମନୋନୀତ କରାଗଲା। ସଂଗଠନକୁ ସୁଦୃଢ କରିବା ଓ ସାମ୍ବାଦିକଙ୍କ ସୁରକ୍ଷା ଓ ସାମ୍ବାଦିକଙ୍କ ପାଇଁ ଜୀବନ ବୀମା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଶାନ୍ତ ପଣ୍ଡା, କାଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ଜେନା,ରାଜ୍ୟ ପରିଷଦ ସଦସ୍ୟ ବି.ଭି ଶଙ୍କର ଜିଲ୍ଲାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ମତ ରଖିଥିଲେ।

Exit mobile version